୧ ଟଙ୍କାର ଜରିମାନା ଜମା କଲେ ପ୍ରଶାନ୍ତ ଭୂଷଣ: କହିଲେ, ‘ଏହାର ଅର୍ଥ ନୁହେଁ ଯେ ମୁଁ ନିଷ୍ପତ୍ତି ଗ୍ରହଣ କରିଛି’…

ନୂଆଦିଲ୍ଲୀ: ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେଟର ୧୫ ସୁଦ୍ଧା ଜରିମାନା ରାଶି ଭରଣା ନକଲେ ତାଙ୍କୁ ତିନିମାସ ଜେଲ ଏବଂ ତିନି ବର୍ଷ ପାଇଁ ନ୍ୟାୟାଳୟରେ ଓକିଲାତି କରିବାକୁ ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ଗତ ମାସରେ ରାୟ ଶୁଣାଇ ଥିଲେ।
ସୁପ୍ରିମ କୋର୍ଟଙ୍କ ରାୟ ମୁତାବକ ୬୩ ବର୍ଷୀୟ ପ୍ରଶାନ୍ତ ଭୂଷଣ ଆଜି ଏକ ଡିମାଣ୍ଡ ଡ୍ରାଫ୍‌ଟ ମାଧ୍ୟମରେ ୧ ଟଙ୍କାର ଜରିମାନା ରାଶି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି।

NewsIndia

ଭାରତର ପ୍ରଧାନ ବିଚାରପତି ଏସ୍‌ ଏ ବବଡେ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସମାଲୋଚନା କରି ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ପ୍ରଶାନ୍ତ ଭୂଷଣ। ତେବେ, ଜରିମାନା ରାଶି ଭରଣା କରିବା ପରେ ପ୍ରଶାନ୍ତ ଭୂଷଣ କହିଛନ୍ତି, ‘ଯେହେତୁ ମୁଁ ଜରିମାନା ଦାଖଲ ଜମା ଏହାର ଅର୍ଥ ନୁହେଁ ଯେ ମୁଁ ଅଦାଲତଙ୍କ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଆମେ ଆଜି ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରୁଛୁ। ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପାଇଁ ଏକ ଆବେଦନ ପ୍ରକ୍ରିୟା ହେବା ଆବଶ୍ୟକ’। ଏହି ମାମଲାରେ ପୂର୍ବରୁ ପ୍ରଶାନ୍ତ ଭୂଷଣ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମନା କରି ଦେଇଥିଲେ। କ୍ଷମା ମାଗିବା ତାଙ୍କ ବିବେକ ଏବଂ କୋର୍ଟର ଅବମାନନା ବୋଲି ସେ କହିଥିଲେ। ଏହାପରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ୧ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଭୂଷଣ କହଥିଲେ ଯେ ସେ ସମ୍ମାନର ସହ ଜରିମାନା ଦେବେ।

ସମ୍ବନ୍ଧିତ ଖବର