ରାଞ୍ଚି: ଝାଡ଼ଖଣ୍ଡର ଧନବାଦର ରେଳ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଧନବାଦର ରେଳ ହସ୍ପିଟାଲର ଅସ୍ଥି ବିଭାଗର ଅପରେସନ ଥିଏଟରରେ ଡାକ୍ତର ପି.ଆର. ଠାକୁର ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ। ଏହି ସମୟରେ ଅପରେସନ୍ ଥିଏଟରର ଫଲ୍ସ ସିଲିଂର ଏକ ଅଂଶ ତଳେ ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟର ଘଟଣା କି ଏହି ଫଲ୍ସ ସିଲିଂ ଖଣ୍ଡ ସହିତ ଅପରେସନ୍ ଥିଏଟର ଭିତରେ ଏକ କୁକୁର ମଧ୍ୟ ଖସି ପଡ଼ିଥିଲା। ଏହି ଘଟଣାରେ ଅପରେସନ ଥିଏଟରରେ ଥିବା ନର୍ସ ଅଞ୍ଜଳି ଏଥିରେ ଆହତ ହୋଇଥିବା ସୂଚନା ମିଳିଛି।
ଏହି ଘଟଣା ପରେ ସଙ୍ଗେସଙ୍ଗେ ଡାକ୍ତର ପି.ଆର. ଠାକୁର ଅପରେସନ୍ ବନ୍ଦ କରି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦେଇଥିଲେ।
ହସ୍ପିଟାଲ ପରିଚାଳନା ଏହି ବିଷୟରେ ଇଞ୍ଜିନିୟରିଂ ବିଭାଗକୁ ସୂଚନା ଦେଇଛି। ଘଟଣା ଘଟିବାର ଅନେକ ସମୟ ବିତିଯାଇଥିଲେ ମଧ୍ୟ ଇଞ୍ଜିନିୟରିଂ ବିଭାଗର କୌଣସି କର୍ମଚାରୀ ଓଟିର ଅବସ୍ଥା ଜାଣିପାରି ନଥିଲେ।
ରେଳ ହସ୍ପିଟାଲ ଟି ୧୦୦ବର୍ଷ ପୁରୁଣା ଥିବା ବେଳେ ଏଠାକୁ ଆସୁଥିବା ରୋଗୀ ଅଭିଯୋଗ କରି କହିଛନ୍ତି, ‘ହସ୍ପିଟାଲକୁ ଯଦି କୌଣସି ରୋଗୀ ଜଟିଳ ରୋଗ ନେଇ ଏଠାକୁ ଆସନ୍ତି ତେବେ ତାହାର ଗୋଟିଏ ଚିକିତ୍ସା ହେଉଛି, ‘ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/new-project-5-2025-07-11-10-48-23.jpg)