ନୂଆଦିଲ୍ଲୀ: ଆଲିଗଡ଼କୁ ସ୍ମାର୍ଟ ସିଟି ନାମିତ କରିବା ପାଇଁ ନଗରନିଗମ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସହରବାସିନ୍ଦା ବାରବୁଲା କୁକୁର ଠାରୁ କିନ୍ତୁ ସୁରକ୍ଷିତ ନୁହନ୍ତି। ଏହି କୁକୁର ଆକ୍ରମଣକୁ ନେଇ ଆଲିଗଡ଼ର ଜୀବନଗଢ଼ରେ ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଆଲିଗଡ଼ କ୍ବାରସି ଅଞ୍ଚଳର କେଲାନଗର ପଥର ନାମକ ଗଳିରେ ରହୁଥିବା ମୋହମ୍ମଦ କାସିମଙ୍କ ଝିଅ ରେସ୍ମା ଗତ ସୋମବାର କିଛି ସାମଗ୍ରୀ କିଣିବା ପାଇଁ ନିକଟସ୍ଥ ଦୋକାନକୁ ଯାଉଥିଲା।
ଏହି ସମୟରେ ହଠାତ ଝିଅଟି ପାଖକୁ ଦୁଇଚାରିଟି କୁକୁର ଦୌଡ଼ି ଆସିଥିଲେ। ସେ ସେମାନଙ୍କ କବଳରୁ ମୁକୁଳିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟ କୁକୁର ବି ତା’ ପାଖକୁ ଆସି ଆକ୍ରମଣ କରିଥିଲେ। ଏଭଳି ଭାବେ ୧୦ରୁ ଊର୍ଧ୍ବ କୁକୁର ଶିଶୁଟିକୁ ଘେରି ଯାଇଥିଲେ। ସ୍ଥାନୀୟଲୋକ ଶିଶୁର କାନ୍ଦ ଶୁଣି ଧାଇଁ ଆସିଥିଲେ।
ସେମାନେ କୁକୁରଙ୍କ କବଳରୁ ଶିଶୁକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଚିକିତ୍ସା ପାଇଁ ରେସ୍ମାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାର ଚିକିତ୍ସା ପରେ ଘରକୁ ଛାଡ଼ି ଦେଇଥିଲେ।
ଶିଶୁ ଉପରେ କୁକୁର ଆକ୍ରମଣ କରିବାର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭ ଫୁଟେଜରେ କୈଦ ହୋଇଯାଇଥିଲା। ଶିଶୁମାନଙ୍କ ଉପରେ ବାରବୁଲା କୁକୁରଙ୍କ ଆକ୍ରମଣ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଭୋପାଳର ଗିନୋରିରେ ବାରବୁଲା କୁକୁର ଅଢ଼େଇ ବର୍ଷ ଶିଶୁକୁ ଟାଣି ନେଇ ରକ୍ତାକ୍ତ କରିଥିବା ବି ଖବର ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy-28.jpg)