ଇସ୍‌ଲାମବାଦ୍‌: ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏକ ବଡ଼ କଥାକୁ ସ୍ବୀକାର କରିଛି ପାକିସ୍ତାନ। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଏକ ନିଷ୍ଠୁର ସତ୍ୟକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ହେଲେ ସେଥିପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି।

Advertisment

ଏକ ପ୍ରଶ୍ନର ଉତ୍ତର ଦେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କି ‘‘ଆମେରିକା ଏବଂ ପଶ୍ଚିମାଞ୍ଚଳ ରାଷ୍ଟ୍ରଗୁଡ଼ିକ ପାଇଁ ଆମକୁ ଏପରି ଖରାପ (ଡାର୍ଟି) କାମ କରିବାକୁ ପଡୁଛି।’’

ଏପରି ମନ୍ତବ୍ୟ ସେହି ସମୟରେ ଆସିଛି, ଯେତେବେଳେ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନୂଆଦିଲ୍ଲୀ ପରୋକ୍ଷରେ ଇସଲାମାବାଦକୁ ଦାୟୀ କରିଛି। ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି।

ଯେତେବେଳେ ଆତଙ୍କବାଦୀକୁ ସମର୍ଥନ କରିବା ନେଇ ପାକିସ୍ତାନର ଦୀର୍ଘ ଇତିହାସ ବିଷୟରେ ସାମ୍ବାଦିକ ୟଲଦା ହାକିମ ଏକ ପ୍ରଶ୍ନ ପଚାରିଲେ ତ ତାହାର ଉତ୍ତର ଦେଇ ଖାୱାଜା ଆସିଫ କହିଛନ୍ତି ଯେ ‘‘ଆମେ ବ୍ରିଟେନ ସମେତ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ପାଇଁ ତିନି ଦଶନ୍ଧି ଧରି ଏହି ମଇଳା କାର୍ଯ୍ୟ କରିଆସୁଛୁ।’’

ତେବେ ଏହା ଏକ ଭୁଲ ବୋଲି ସେ ତତ୍‌କ୍ଷଣାତ କହିଥିଲେ ଏବଂ ଏଥିପାଇଁ ପାକିସ୍ତାନ କ୍ଷତି ସହିଛି ବୋଲି ବି ସେ ଉ‌ଲ୍ଲେଖ କରିଛନ୍ତି।