ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳକୁ ବାତିଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସରକାର ବୃଦ୍ଧି ପାଉଥିବା ମାମଲା ଉପରେ ଯାଞ୍ଚ କରିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରବିବାର ଦିନ ଭାରତରେ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଘରୋଇ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି | ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ | ଏ ନେଇ ସମସ୍ତ ବିମାନର ଉଡାଣ ଓ ଅବତରଣ ସମୟକୁ ଧାର୍ଯ୍ୟ କରାଯିବ, ଯାହା ଦ୍ୱାରା ସମସ୍ତ ବିମାନ ୨୪.୦୩.୨୦୨୦ ତାରିଖ ରାତି ୧୧ଟା ୫୯ମିନିଟ ପୂର୍ବରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଅବତରଣ କରିବ | ମାଲ ପରିବହନ କରୁଥିବା ବିମାନ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି ଜଣା ପଡିଛି।

ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ କହିଥିଲେ ଯେ, କରୋନାଭାଇରସ ବିସ୍ତାର ମଧ୍ୟରେ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ସରକାର ବିଚାର କରୁଛନ୍ତି ଏବଂ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଅନେକ ରାଜ୍ୟ ଘରୋଇ ବିମାନ ଚଳାଚଳ ବାତିଲ କରିବାକୁ ଦାବି କରିବା ପରେ ସରକାର ଏହା ଉପରେ ବିଚାର କରୁଥିବା ସେ କହିଥିଲେ|

Image result for flight take off
Business Traveller

ସୂଚନା ମୁତାବକ, ଭାରତରେ ସଂକ୍ରାମିତଙ୍କ ସଂଖ୍ୟା ୪୧୫ଛୁଇଁଥିବା ବେଳେ ଏହାର ଶିକାର ହୋଇ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ରେଳବାଇ ଏବଂ ମେଟ୍ରୋ ଭଳି ପ୍ରମୁଖ ପରିବହନ ସୁବିଧା ବନ୍ଦ କରି ୭୫ରୁ ଅଧିକ ଜିଲ୍ଲା ଓ ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସିଲ୍ କରାଯାଇଛି | ସମଗ୍ର ବିଶ୍ୱରେ ମୋଟ ମାମଲା ୨,୦୮,୨୦୬କୁ ବୃଦ୍ଧି ପାଇଛି ଏବଂ ଚୀନ୍ ପରେ ୫୩,୫୭୮ ମାମଲା ସହିତ ଇଟାଲୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର