ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଆଇଏଏସ୍‌ ଅଧିକାରୀଙ୍କ ଚାକରାଣୀର ମୃତଦେହ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ଆରକେ ପୁରମରେ ଶୁକ୍ରବାର ସନ୍ଧ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିଲ୍ଳୀର ଜଣେ ଆଇଏସ୍‌ ଅଧିକାରୀଙ୍କ ଘରେ କାମ କରୁଥିବା୨୨ ବର୍ଷିୟା ଚାକରାଣୀ ଆରଧନା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆରାଧନାଙ୍କ ମୃତ ଶରୀର ଉଦ୍ଧାର କରିଛି। ପୁଲିସ୍‌ ପହଞ୍ଚିଲା ବେଳକୁ ଆରାଧନାଙ୍କ ମୃତ ଶରୀର ତାଙ୍କ ଘର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ, ସେଠାରୁ କୌଣସି ସୁଇସାଇଟ୍‌ ନୋଟ୍‌ ହସ୍ତଗତ ହୋଇନାହିଁ।

ଉଲ୍ଳେଖଯୋଗ୍ୟ, ଆରାଧନାଙ୍କ ଘରସେ ଉତ୍ତରପ୍ରଦେଶର ରାଇବରେଲ। ସେଆରକେ ପୁରମ ଠାରେ ତାଙ୍କ ମାଁ ଏବଂ ବଡ଼ ଭାଇ ଙ୍କ ସହ ରହୁଥିଲେ। ଘଟଣାର ଦୁଇ ତିନି ଦିନ ପୂର୍ବରୁ ଆରାଧନା ଅସୁସ୍ଥ ଥିଲେ। ଘଟଣା ଦିନ ସେ ତାଙ୍କ ବଡ଼ ଭାଇଙ୍କୁ ବାହାରୁ ଘର କବାଟ ଦେଇ ଯିବାକୁ କହିଥିଲେ। ତାଙ୍କ ବଡ଼ ଭାଇ ଘରକୁ ଫେରିବା ପରେ ଭଉଣୀକୁ ସିଲିଙ୍ଗ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହା ପରେ ସେ ପୋଲିସ ଖବର ଦେବା ମାତ୍ର୍ରେ , ପୋଲିସ ଏକ ଟିମ ଘଟଣା ସ୍ଥାନକୁ ପଠାଇଥିଲା। ପୁଲିସ୍‌ ତଦନ୍ତରୁ ଜାଣିବାକୁ ମିଳିଛି ଆରାଧନା ଆର୍‌କେ ପୁରମ୍‌ର ଜଣେ ଆଇଏଏସ୍‌ ଅଧିକାରୀଙ୍କ ଘରେ କାମ କରୁଥିଲେ।

 

ସମ୍ବନ୍ଧିତ ଖବର