ଘରୋଇ ସହାୟକଙ୍କ ଉନ୍ମତ୍ତକାଣ୍ଡ: ଶୋଇଥିବା ଅବସ୍ଥାରେ ଦମ୍ପତିଙ୍କୁ ହାଣିଦେଲା

ଗୁମ୍‌ଲା (ଝାଡ଼ଖଣ୍ଡ): ଝାଡଖଣ୍ଡର ଗୁମଲା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅପରାଧ ସାମ୍ନାକୁ ଆସିଛି। ଖାଦ୍ୟକୁ ନେଇ ବିବାଦ ହେବା ପରେ ୪୦ ବର୍ଷ ବୟସ୍କ ଜଣେ ମଦ୍ୟପ ଘରୋଇ ସହାୟକ ସୋମବାର ବିଳମ୍ବିତ ରାତିରେ ମାଲିକ ଦମ୍ପତିଙ୍କୁ ଶୋଇଥିବାବେଳେ କୁରାଢ଼ିରେ ହାଣି ହତ୍ୟା କରିଛି। ଦମ୍ପତିଙ୍କ ଝିଅକୁ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୁଲିସ କହିଛି। ମୃତ ଦମ୍ପତି ହେଲେ ରିଚାର୍ଡ ଏବଂ ମେଲାନି ମିଞ୍ଜ। ସେମାନଙ୍କ ଝିଅ ଟେରେସା ରାଞ୍ଚିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାଇଡିହ ଥାନା ଅଧୀନସ୍ଥ ମାଝଗାଁ ଜାମତୋଲି ଗ୍ରାମରେ ମୃତକଙ୍କ ଘରେ ଚାକିରି କରୁଥିବା ସତ୍ୟେନ୍ଦ୍ର ଲାକ୍ରାକୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କାରାଢ଼ିକୁ ମଧ୍ୟ ଜବତ କରିଛି। ଅଭିଯୁକ୍ତ ସତ୍ୟେନ୍ଦ୍ର ପୁଲିସକୁ କହିଛି, କିଛି ଦିନ ପୂର୍ବେ ଖାଦ୍ୟକୁ ନେଇ ରିଚାର୍ଡ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ତାକୁ ମାରିଦେବେ ବୋଲି କହିଥିଲେ। ତେଣୁ ସେ ମାରିବା ପୂର୍ବରୁ ମାଲିକଙ୍କ ପରିବାରକୁ ଶେଷ କରିଦେଲି ବୋଲି ପୁଲିସକୁ କହିଛି ଅଭିଯୁକ୍ତ ସତ୍ୟେନ୍ଦ୍ର।

ସମ୍ବନ୍ଧିତ ଖବର