ଆରୋଗ୍ୟ ସେତୁ ଆପରେ ଗ୍ରୀନ ଷ୍ଟାଟସ ଦେଖାଇଲେ ଘରୋଇ ବିମାନ ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ : ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ: .ଯେଉଁ ଘରୋଇ ବିମାନ ଯାତ୍ରୀଙ୍କ ପାଖରେ କରୋନାଭାଇରସ୍ (କୋଭିଡ -୧୯)ର ଲକ୍ଷଣ ନାହିଁ ଏବଂ ‘ଆରୋଗ୍ୟ ସେତୁ’ ଆପରେ ସେମାନଙ୍କ ହେଲଥ ଷ୍ଟାଟସ ଗ୍ରୀନ ଦେଖାଉଛି, ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧ କରାଯିବାର ଆବଶ୍ୟକତା ନାହିଁ। ଆଜି ଏହା  ସ୍ପଷ୍ଟ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ।  ଶନିବାର ସେ କହିଛନ୍ତି ଯେ,  ଯଦି କାହାର ଆରୋଗ୍ୟ ସେତୁ ଆପ୍ ଅଛି, ତେବେ ଏହା ପାସପୋର୍ଟ ଭଳି କାମ କରିବ ଏବଂ ସେଥିରେ ଗ୍ରୀନ ଷ୍ଟାଟସ ଦେଖାଇଲେ ଜଣଙ୍କୁ ସଙ୍ଗରୋଧ କରାଯିବାର କୌଣସି କାରଣ ନାହିଁ।

ଫେସବୁକ୍ ଲାଇଭରେ ଆସି ବିମାନ ଚଳାଚଳ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଥିବା ଜଣା ପଡିଛି | ତେବେ ସେ ଏହି ନିୟମ କେବଳ ଘରୋଇ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ଲାଗୁ ହେବା ବିଷୟରେ କହିଛନ୍ତି | ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବା ନାହିଁ | ସେମାନଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ ପଡିବ |

Domestic Flight Tickets: Booking to Begin Today, We Are Fully ...
India.com

ଶ୍ରୀ  ପୁରୀ ବୁଧବାର ଘୋଷଣା କରିଥିଲେ ଯେ, ଘରୋଇ ଯାତ୍ରୀବାହୀ ବିମାନର ଉଡାଣ ମେ ୨୫ରୁ ପରୀକ୍ଷାମୂଳକ ଭାବରେ ଆରମ୍ଭ ହେବ। ଏ ନେଇ ଯାତ୍ରୀ ଏବଂ ବିମାନ କମ୍ପାନି ପାଇଁ ମନ୍ତ୍ରାଳୟ ନୂତନ ନିର୍ଦ୍ଦେଶନାମା ଜାରି କରି ସାରିଛି। ଘରୋଇ ବିମାନ ଯାତ୍ରା ପାଇଁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ବେଳେ ୧୪ବର୍ଷରୁ କମ୍ ପିଲାମାନଙ୍କୁ ଏଥିରୁ ମୁକ୍ତ କରାଯାଇଛି। ଏହା ସହ ଯଦି କୌଣସି ଯାତ୍ରୀଙ୍କ ଫୋନରେ ଆରୋଗ୍ୟ ସେତୁ ଆପ୍ କୌଣସି କାରଣରୁ ନ ଥାଏ, ତେବେ ସେମାନେ ଏକ ଆତ୍ମ-ଘୋଷଣା ଫର୍ମ ଦେଇପାରିବେ ଏବଂ ଏହିପରି ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ |

ସମ୍ବନ୍ଧିତ ଖବର