ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁଳି କରି ସୋମବାର ହତ୍ୟା କରାଯାଇଛି। ସେ କ୍ୟାବିନେଟ ମନ୍ତ୍ରୀ ଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅର୍ଲାଣ୍ଡୋ ଜର୍ଜ ମେରା ହତ୍ୟାର ଶିକାର ହୋଇଛନ୍ତି। ଅର୍ଲାଣ୍ଡୋଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ଗୁଳି କରି ହତ୍ୟା କରିଛନ୍ତି।
ତାଙ୍କୁ ଗିରଫ କରାଯାଇଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଅର୍ଲାଣ୍ଡୋ ଡୋମିକାନ ରିପବ୍ଲିକର ପୂର୍ବତନ ରାଷ୍ଟ୍ରପତି ସାଲଭାଡୋର ଜର୍ଜ ବ୍ଲାନକୋଙ୍କ ପୁଅ। ସେ ଜଣେ ରାଜନୈତିକ ପରିବାରରୁ ଆସିଛନ୍ତି। ରାଷ୍ଟ୍ରପତି ଲୁଇସ୍ ଅବିନାଡର ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅର୍ଲାଣ୍ଡୋଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, କ୍ରୁଜ ପିଲାଦିନରୁ ଜର୍ଜଙ୍କ ବନ୍ଧୁ ଥିଲେ। କିନ୍ତୁ ସେ କାହିଁକି ମାରିଲେ ବର୍ତ୍ତମାନ ସୁଦ୍ଧା ଜଣାପଡିନାହଁ। ସେଠାକାର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।