ଓ୍ଵାସିଂଟନ୍: କ୍ୟାପିଟଲ୍ରେ ହିଂସାକାଣ୍ଡ ଉସ୍କାଇବା ଅଭିଯୋଗରୁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଦୋଷମୁକ୍ତ ହୋଇଛନ୍ତି। ଏହି ଐତିହାସିକ ଦ୍ୱିତୀୟ ମହାଭିଯୋଗ ବିଚାରରେ ସଂଖ୍ୟାଗରିଷ୍ଠ ସିନେଟ୍ ରିପବ୍ଲିକାନ୍ମାନେ ଟ୍ରମ୍ପ୍ଙ୍କୁ ଦଣ୍ଡ ଦେବାଲାଗି ମନାକରି ଦେଇଛନ୍ତି।
ଏହି ପାଞ୍ଚଦିନିଆ ବିଚାରରେ ଡିମୋକ୍ରାଟିକ୍ ବିଚାରକମାନେ ଯୁକ୍ତି ବାଢ଼ିଥିଲେ ଯେ, ଟ୍ରମ୍ପ୍ ନେଇଥିବା ଶପଥ ପ୍ରତି ବିଶ୍ୱାସଘାତକା କରି କ୍ଷମତାରେ ରହିବା ଲାଗି ଶେଷ ଉଦ୍ୟମ ଭାବେ କଂଗ୍ରେସରେ ଗଣ୍ଡଗୋଳ କରିବା ପାଇଁ ସମର୍ଥକମାନଙ୍କୁ ଉସ୍କାଇଥିଲେ। ଏକଥା ଜାନୁଆରି ୬ ଦଙ୍ଗା ସମୟର ଭିଡିଓରୁ ଜଣାପଡୁଛି।
Image Courtesy of India Todayଆଶା କରାଯାଉଥିଲା ରିପବ୍ଲିକାନ୍ମାନେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବେ। ୧୦୦ ସଦସ୍ୟବିଶିଷ୍ଟ ସିନେଟ୍ରେ ଟ୍ରମ୍ପ୍ଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ଥିଲା। କିନ୍ତୁ, ଏଥିରେ ୫୭ଜଣ ଟ୍ରମ୍ପ୍ଙ୍କ ସପକ୍ଷରେ ଭୋଟ୍ ଦେବା ବେଳେ ୪୩ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ।
ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍ର ଏହି ବିଚାରକୁ ସ୍ୱାଗତ କରି ଟ୍ରମ୍ପ୍ କହିଛନ୍ତି, ଏଇମାତ୍ର ତାଙ୍କର ରାଜନୈତିକ ଅଭିଯାନ ଆରମ୍ଭ ହେଲା।
ସିନେଟ୍ ଭୋଟ୍ ପରେ ପରେ ବିବୃତି ଦେଇ ଟ୍ରମ୍ପ୍ କହିଛନ୍ତି, ପୁନଶ୍ଚ ଆମେରିକାକୁ ମହାନ୍ କରିବା ଲାଗି ଆମର ଐତିହାସିକ, ଦେଶାତ୍ମବୋଧ ଏବଂ ସୁନ୍ଦର ଅଭିଯାନ ଏଇ ମାତ୍ର ଆରମ୍ଭ ହେଲା।
ଆଗାମୀ ମାସମାନଙ୍କରେ ମୁଁ ଆପଣମାନଙ୍କୁ ବହୁ କଥା କହିବି। ତେଣୁ, ଆମର ସମସ୍ତ ନାଗରିକଙ୍କ ସକାଶ ଆମେରିକୀୟ ମହାନତା ହାସଲ କରିବା ଦିଗରେ ସଭିଏଁ ଆମର ଅସାଧାରଣ ବଜାୟ ରଖିବା ବୋଲି ଆଶା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/trump-2.jpg)