ତାଜମହଲର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହେଲେ ଟ୍ରମ୍ପ ଦମ୍ପତ୍ତି

ଆଗ୍ରା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାରେ ପହଞ୍ଚିଛନ୍ତି । ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତି ପ୍ରସିଦ୍ଧ ମୋଗଲ ଭାସ୍କର୍ଯ୍ୟ ତଥା ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିଥିଲେ । ଉଭୟ ତାଜମହଲ ବୁଲିବା ସହ ଏହାର କଳାକୃତିକୁ ପ୍ରସଂଶା କରିଥିଲେ ଓ ଫଟୋ ଉଠାଇଥିଲେ । ଏହି ଅବସରରେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜାରେଡ କ୍ରୁସନର ମଧ୍ୟ ତାଜମହଲ ବୁଲିବା ସହ ଫଟୋ ଉଠାଇଥିଲେ ।

ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।


ତାଙ୍କର ଏହି ଗସ୍ତ ପାଇଁ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଆଗ୍ରା ସହର ବିଶେଷକରି ତାଜମହଲ ଆଖପାଖରେ ପ୍ରବଳ ମାଙ୍କଡ଼ ଥିବାରୁ ସେମାନେ ଯେପରି ସମସ୍ୟାସୃଷ୍ଟି ନକରନ୍ତି ତାହାଉପରେ ରାଜ୍ୟପ୍ରଶାସନ ବିଶେଷ ଦୃଷ୍ଟି ରଖିଛି । ତାଜମହଲ ଆଖପାଖରେ ଥିବା ବିଭିନ୍ନ କୋଠାର ଛାତରେ ପ୍ରାୟ ୧୨୫ ପୁଲିସକର୍ମୀଙ୍କୁ ମାଙ୍କଡ଼ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ସହିତ ୫ଟି ଲଙ୍ଗୁର (ହନୁ ମାଙ୍କଡ଼)ଙ୍କୁ ନିୟୋଜିତ କରାଯାଇଛି । ଏହି ଅବସରରେ ସାଧାରଣ ଦର୍ଶକଙ୍କ ପାଇଁ ତାଜମହଲକୁ ବନ୍ଦ ରଖାଯାଇଥିଲା ।

ସମ୍ବନ୍ଧିତ ଖବର