ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏପରି ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ଟ୍ରମ୍ପ୍ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି।
ଜୁଲାଇ ୧୧ ତାରିଖରେ ଏନେଇ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ପର୍ଣ୍ଣ ଷ୍ଟାର ଷ୍ଟୋର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମୁହଁ ବନ୍ଦ ରଖିବା ପାଇଁ ଟ୍ରମ୍ପ୍ ତାଙ୍କୁ ଲାଞ୍ଚ ସ୍ୱରୂପ ତାଙ୍କୁ ଟଙ୍କା ଦେଇଥିଲେ । ଟଙ୍କା ଦେବା କଥାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ଟ୍ରମ୍ପ । ୨ ଦିନ ଧରି ଚାଲିଥିବା ଶୁଣାଣିରେ ଯୁକ୍ତି ଶୁଣିବା ପରେ ୧୨ ଜଣିଆ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ମାମଲାର ଶୁଣାଣିକୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ଏବେ ଟ୍ରମ୍ପଙ୍କୁ ସର୍ବାଧିକ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ। କିନ୍ତୁ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ ଅଦାଲତଙ୍କୁ କହିଥିଲେ ଯେ ତାରକାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ସେ କୌଣସି ପ୍ରକାରର କାରବାର କରିନାହାଁନ୍ତି । ସେ ନିର୍ଦ୍ଦୋଷ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତଦନ୍ତରେ ତ୍ରୁଟି ରହିଛି ।