ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଦ୍ୟ ପ୍ରକାଶିତ ଜେଫ୍ରି ଏପଷ୍ଟାଇନଙ୍କ ଦଲିଲ ଉପରେ ତାଙ୍କର ନୀରବତା ଭାଙ୍ଗି ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସେ ଏପଷ୍ଟାଇନଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏୟାର ଫୋର୍ସ ୱାନରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ବିବାଦୀୟ ବ୍ୟବସାୟୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଦଲିଲରେ ଟ୍ରମ୍ପଙ୍କ ନାମର ବହୁ ଉଲ୍ଲେଖ ଆମେରିକାର ରାଜନୀତି ଓ ଗଣମାଧ୍ୟମରେ ଏକ ନୂତନ ବିତର୍କ ତଥା ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି, ମତେ ସମଗ୍ର ମାମଲାରେ ପୂର୍ବରୁ କ୍ଲିନ୍ ଚିଟ୍ ମିଳିଛି। ମୋ ପା?ପାଖରେ ଲୁଚାଇବା ପାଇଁ ଆଉ କିଛି ନାହିଁ।

Advertisment

ଫାଇଲଗୁଡ଼ିକରେ ଟ୍ରମ୍ପଙ୍କ ନାମ

ଆମେରିକାର ନ୍ୟାୟ ବିଭାଗ ଜେଫ୍ରି ଏପଷ୍ଟାଇନଙ୍କ ସହ ଜଡିତ ହଜାର ହଜାର ସରକାରୀ ଦଲିଲ ପ୍ରକାଶ କରିଛି। ଯେଉଁଥିରେ ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାମ ରହିଛି। ଏହି ଫାଇଲଗୁଡ଼ିକରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଅନେକ ଥର ଦେଖାଯାଇଛି, ଯାହା ତାଙ୍କ ପୂର୍ବ ସମ୍ପର୍କ ବିଷୟରେ ସୋସିଆଲ ମିଡିଆରେ ଉଷ୍ମ ବିତର୍କ ସୃଷ୍ଟି କରିଛି। ତଥାପି, ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ଫାଇଲଗୁଡ଼ିକ ଟ୍ରମ୍ପଙ୍କ ଉପରେ କୌଣସି ଯୌନ ଅପରାଧ କିମ୍ବା ବେଆଇନ କାର୍ଯ୍ୟର ଅଭିଯୋଗ ଆଣିନାହିଁ।

ଟ୍ରମ୍ପଙ୍କ ସ୍ପଷ୍ଟୀକରଣ

ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି, ଜେଫ୍ରି ଏପଷ୍ଟାଇନଙ୍କ ସହ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ, ଏବଂ କରାଯାଉଥିବା ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ବିରୋଧ ଅଭିଯୋଗ କେବଳ ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ। ସେଥିରେ କିଛି ବି ସତ୍ୟତା ନାହିଁ।

ଏକ ଘରୋଇ ବିମାନରେ ଯାତ୍ରାର ବିବରଣୀ

ଡିସେମ୍ବର ୨୦୨୫ରେ ପ୍ରକାଶିତ ଫାଇଲ୍ ତଥ୍ୟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଜେଫ୍ରି ଏପଷ୍ଟାଇନଙ୍କ ବ୍ୟକ୍ତିଗତ ବିମାନରେ ଅତି କମରେ ଆଠ ଥର ଯାତ୍ରା କରିଥିଲେ। ଫାଇଲଗୁଡ଼ିକରେ ଟ୍ରମ୍ପ ଏବଂ ଏପଷ୍ଟାଇନଙ୍କ ମଧ୍ୟରେ ଅତୀତର ସମ୍ପର୍କର ବିବରଣୀ ରହିଛି। ଯେଉଁଥିରେ କିଛି କଥିତ ମନ୍ତବ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ତଥାପି, ନ୍ୟାୟ ବିଭାଗର ଅଧିକାରୀମାନେ ଏହି ଦାବିଗୁଡ଼ିକୁ ଚାଞ୍ଚଲ୍ୟକର ବୋଲି କହି ଖାରଜ କରି କହିଛନ୍ତି ଯେ, ଏଗୁଡ଼ିକୁ ଏଫ୍‌ବିଆଇ ଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ୍ କରାଯାଇ ନାହିଁ।

ପ୍ରତିଛବି ସ୍ୱଚ୍ଛତାକୁ ନେଇ ପ୍ରଶ୍ନ

ଫାଇଲ୍‌ରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଏପଷ୍ଟାଇନଙ୍କ ପାଖରେ ଟ୍ରମ୍ପ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ଫଟୋଗ୍ରାଫ ଥିଲା, କିନ୍ତୁ ସେଗୁଡ଼ିକ ରହସ୍ୟମୟ ଭାବରେ ଫାଇଲରୁ ଗାଏବ୍ ହୋଇଯାଇଥିଲା। ଫଟୋଗୁଡ଼ିକ ଗାଏବ୍ ହେବା ଖବର ତଦନ୍ତର ସ୍ୱଚ୍ଛତା ତଥା ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ଯାହା ଉପରେ ବ୍ୟାପକ ଆଲୋଚନା ହେଉଛି। ଆମେରିକାର ନ୍ୟାୟ ବିଭାଗ କହିଛି ଯେ,ଫାଇଲ୍‌ରେ ଥିବା ଅନେକ ଅଭିଯୋଗ ଅତ୍ୟନ୍ତ ସନ୍ଦେହଜନକ। ତେବେ ସେସବୁର ଯାଞ୍ଚ୍ କରାଯାଇ ନାହିଁ।

ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ଜଡିତ ଫାଇଲ୍ ପ୍ରକାଶ ପାଇବା କେବଳ ଆମେରିକାରେ ନୁହେଁ ବରଂ ସାରା ବିଶ୍ୱରେ ଏକ ବଡ଼ ଆାଳୋଡ଼ନ ସୃଷ୍ଟି କରିଛି। ଏହି ଫାଇଲଗୁଡ଼ିକରେ ଏପଷ୍ଟାଇନଙ୍କ ଦ୍ୱାରା ଫସିଥିବା ଅନେକ ପ୍ରମୁଖ ବିଶ୍ୱ ନେତା ଏବଂ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ ସମଗ୍ର ଘଟଣା ସମ୍ପର୍କରେ ନିଜର ଭାବମୂର୍ତ୍ତି ସଫା କରିବାକୁ ଚେଷ୍ଟା କରିଛନ୍ତି ତଥା ନିଜକୁ ବିବାଦରୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି।
ନ୍ୟାୟ ବିଭାଗ ରିପୋର୍ଟ

ଟ୍ରମ୍ପଙ୍କ ସମର୍ଥକମାନେ କହିଛନ୍ତି ଯେ, କୌଣସି ଫାଇଲ୍‌ରେ ତାଙ୍କ ବିରୋଧରେ ଅଭିଯୋଗ ଆସି ନଥିବା ବେଳେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇବା ସମ୍ପୂର୍ଣ୍ଣ ଭୁଲ୍ ଏବଂ ଅନ୍ୟାୟ। ନ୍ୟାୟ ବିଭାଗ ରିପୋର୍ଟ ମଧ୍ୟ ସ୍ୱୀକାର କରିଛି ଯେ, ଫାଇ୍‌ଲରେ ଥିବା ତଥ୍ୟ ଆଇନଗତ ଭାବରେ ଟ୍ରମ୍ପଙ୍କୁ ଦୋଷୀ ପ୍ରମାଣିତ କରୁନାହିଁ।

ଆହୁରି ପଢ଼ନ୍ତୁ: India's major action against oil smugglers: ତୈଳ ଚୋରା ଚାଲାଣକାରୀଙ୍କ ବିରୋଧରେ ଭାାରତର ବଡ଼ କାର୍ଯ୍ୟାନୁଷ୍ଠାନ