ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଲିଭର୍ ଓ କିଡନି ପୂର୍ବଭଳି ସ୍ୱାଭାବିକ ହେବା ନେଇ ଡାକ୍ତରୀ ଟିମ୍ ଦେଲେ ସୂଚନା

ନୂଆଦିଲ୍ଲୀ: ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ କେବେ ସୁସ୍ଥ ହେବେ ତାହା ଉପରେ ସାରା ବିଶ୍ୱର ନଜର ରହିଛି । ଆଉ ଠିକ୍ ଏତିକି ବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଏଭଳି ଏକ ଇଙ୍ଗିତ କରିଛନ୍ତି । ଡାକ୍ତରୀ ଟିମ୍ କହିଛନ୍ତି ଯେ, ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଦେହରେ ଜ୍ୱର ନଥିଲା । ସେହିପରି ରେମଡେସିଭିର୍ ଔଷଧର ଦ୍ୱିତୀୟ ଡୋଜ୍ ଦେବା ପରେ ତାଙ୍କ ଲିଭର୍ ଏବଂ କିଡନୀ ପୂର୍ବଭଳି ସ୍ୱାଭାବିକ ଚାଲିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ।

google

ୱାଲ୍ଟର ରିଡ୍ ଜାତୀୟ ସାମରିକ ଚିକିତ୍ସା କେନ୍ଦ୍ରରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସା ଚାଲିଛି । ଏହି ହେଲଥ୍ ରିପୋର୍ଟ ଆସିବାର କିଛି ଘଣ୍ଟା ପୂର୍ବରୁ କୁହାଯାଇଥିଲା ଯେ, ଡୋନାଲ୍ଡ ଡ୍ରମ୍ପଙ୍କ ପାଇଁ ଆଗାମୀ ୪୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତ ଏସବୁ ଭିତରେ ଟ୍ରମ୍ପ ଖୁବ ଶୀଘ୍ର ଘରକୁ ଫେରିପାରନ୍ତି ବୋଲି ଖବର ଆସିବା ପରେ ତାଙ୍କ ସମର୍ଥକମାନେ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର