ନାନ୍ସି ପେଲୋସିଙ୍କୁ ‘ପଶୁ’ କହିଲେ ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଚସ୍ପତି ନାନ୍ସି ପେଲୋସିଙ୍କୁ ‘ପଶୁ’ ବୋଲି କହିଛନ୍ତି। ଓହିଓରେ ଏକ ରୢାଲି ସମୟରେ ଟ୍ରମ୍ପ୍‌ ନାନ୍ସିଙ୍କ ବିରୋଧରେ ଏଭଳି ଟିପ୍ପଣୀ ରଖିଛନ୍ତି। ହ୍ବାଇଟ ହାଉସକୁ ଫେରି ଆସିବାପାଇଁ ଯୋଜନା କରିଥିବା ଟ୍ରମ୍ପ ଆସନ୍ତା ସପ୍ତାହରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି। ଟ୍ରମ୍ପ୍‌ କହିଛନ୍ତି, ନାନ୍ସି ପେଲୋସି ଜେଣ ପଶୁ କାରଣ ସେ ବିନା କାରଣରେ ତାଙ୍କ ବିରୋଧରେ ୨ ଥର ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ଉଲ୍ଲେଖଯୋଗ୍ୟ, ‌ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ନାନ୍ସି ପେଲୋସିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। କ୍ୟାପିଟଲ ଦଙ୍ଗା ପରେ ନାନ୍ସି ପେଲୋସି ଥରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମାଡ଼ ମାରିବାପାଇଁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର