ଓ୍ଵାସିଂଟନ୍: ନିକଟ ଅତୀତରେ କାଲିଫର୍ଣ୍ଣିଆରେ ନିହତ ଭାରତୀୟ ବଂଶୋଦ୍ଭବ ପୁଲିସ ରୋନିଲ୍ ‘ରୋନ୍’ ସିଂହଙ୍କୁ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ‘ନେସ୍ନାଲ୍ ହିରୋ’ ଆଖ୍ୟା ଦେଇ ଛନ୍ତି। ସେ କହିଛନ୍ତି, ତାଙ୍କୁ ବେଆଇନ୍ ପ୍ରବାସବାସୀ ନିର୍ମମ ଭାବେ ହତ୍ୟା କରାଯିବା ଦିନ ଆମେରିକାର ଦୃଦୟ ଭାଜି ପଡ଼ି ଥିଲା।
ନିୟୁମ୍ୟାନ୍ ପୁଲିସ ବିଭାଗର ୩୩ ବର୍ଷିୟ କର୍ପୋରାଲ୍ ସିଂହଙ୍କୁ ଡିସେମ୍ବର ୨୬ ତାରିଖ ଦିନ ଟ୍ରାଫିକ୍ ଷ୍ଟପ୍ରେ ଜଣେ ବେଆଇନ୍ ପ୍ରବାସବାସୀ ଗୁଳି ମାରି ହତ୍ୟା କରିଥିବା କଥା କୁହା ଯାଉଛି।
ଗୁରୁବାର ଦିନ ଟ୍ରମ୍ପ୍ ତାଙ୍କ ପରିବାର ଲୋକ ଏବଂ ସିଂହଙ୍କର ଲ’ ଏନ୍ଫୋର୍ସମେଣ୍ଟ୍ ସହକର୍ମୀଙ୍କ ସହ କଥାବାର୍ତ୍ତା କରିଥିଲେ।
କାଲିଫର୍ଣ୍ଣିଆ ପୁଲିସ ଉକ୍ତ ୩୩ ବର୍ଷିୟ ବେଆଇନ ପ୍ରବାସବାସୀଙ୍କୁ ଗିରଫ କରିଛି। ତାଙ୍କ ଘର ମେକ୍ସିକୋ ଏବଂ ନାମ ଗୁସ୍ତାଭୋ ପେରେଜ୍ ଆରିଗା। ତାଙ୍କ ନାମରେ ସିଂହଙ୍କୁ ହତ୍ୟା କରିଥିବା ମାମଲା ରୁଜୁ କରା ଯାଇଛି।