ଓ୍ଵାସିଂଟନ : ଆଜି ଓ୍ଵାସିଂଟନ ସ୍ଥିତ ହ୍ଵାଇଟହାଇସ ନିକଟରେ ଏକ ପୁଲିସ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟର ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ମାତ୍ର ସମ୍ମିଳନୀ ଅଧାରୁ ହିଁ ତାଙ୍କୁ ସୁରକ୍ଷାକର୍ମୀମାନେ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତେବେ କିଛି ସମୟ ପରେ ରାଷ୍ଟ୍ରପତି ପୁଣି ଥରେ ସାମ୍ବାଦିକ ସମ୍ମିଳନୀକୁ ଫେରି ଏହି ଏନକାଉଣ୍ଟର ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ହ୍ଵାଇଟହାଉସ ନିକଟରେ ଏକ ଗୁଳିକାଣ୍ଡ ହୋଇଛି । ତେବେ ସୁରକ୍ଷା କର୍ମୀମାନେ ମାରଣାସ୍ତ୍ର ରଖିଥିବା ଏକ ସଂଦିଗ୍ଧ ବ୍ୟକ୍ତି ଉପରକୁ ଗୁଳି ଚଳାଇଛନ୍ତି ।
ଟ୍ରମ୍ପଙ୍କ ସୁରକ୍ଷା କରୁଥିବା ୟୁଏସ ସିକ୍ରେଟ ସର୍ଭିସ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ଘଟଣା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ହ୍ଵାଇଟହାଉସ ନିକଟସ୍ଥ ପେନସିଲଭାନିଆ ଆଭେନ୍ୟୁ ନିକଟରେ ଜଣେ ସିକ୍ରେଟ ସର୍ଭିସ ଅଫିସ ମୁତୟନ ଥିଲେ । ଏହି ସମୟରେ ଏକ ସଂଦିଗ୍ଧ ବ୍ୟକ୍ତି ତାଙ୍କ ନିକଟକୁ ଆସି ନିଜ ଶରୀରରୁ ଏକ ମାରଣାସ୍ତ୍ର ପରି ସାମଗ୍ରୀ ବାହାର କରିବାକୁ ଉଦ୍ୟମ କରିବା ବେଳେ ଅଫିସ ତା ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ସଂପୃକ୍ତ ବ୍ୟକ୍ତିକୁ ଡାକ୍ତରଖାନା ନିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/white-house-1.jpg)