“୧୦ ବର୍ଷ କାଳ ଖୋଜିବା ପରେ ମିଳିଛି : ହାଫିଜ ସୟିଦ ଗିରଫ ହେବା ପ୍ରସଙ୍ଗରେ ଟ୍ରମ୍ପଙ୍କ ଟ୍ଵିଟକୁ ନେଇ ଚର୍ଚ୍ଚା

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ମନଇଛା ଟ୍ଵିଟ କରି ସମାଲୋଚିତ ହୋଇଥାନ୍ତି । କିନ୍ତୁ ସେଥିପ୍ରତି ତାଙ୍କର ନିଘା ନଥାଏ । ଆଜି ସେ ଏପରି ଏକ ଟ୍ଵିଟ କରିଛନ୍ତି ଯେ ତାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ତାଙ୍କର ସାଧାରଣ ଜ୍ଞାନକୁ ନେଇ ପ୍ରଶ୍ନ ଉଠିଛି ।
ଆଜି ସେ ଟ୍ଵିଟରରେ ଲେଖିଛନ୍ତି ଯେ “ ଦଶବର୍ଷ କାଳ ଖୋଜିବା ପରେ ମୁମ୍ବାଇ ଆକ୍ରମଣର ତଥାକଥିତ ମାଷ୍ଟରମାଇଣ୍ଡ ହାଫିଜ ସୟିଦ ପାକିସ୍ତାନରେ ଗିରଫ ହୋଇଛି । ତାକୁ ଖୋଜିବା ପାଇଁ ଗତ ୨ ବର୍ଷ ହେଲା ଅନେକ ଚାପ ପକାଯାଉଥିଲା ।”

 

ସାରା ବିଶ୍ୱର ଲୋକ ଜାଣିଛନ୍ତି ଯେ ହାଫିଜ ସୟିଦ ପାକିସ୍ତାନରେ ଖୁଲମଖୁଲା ବୁଲୁଥିଲା । ବିଭିନ୍ନ ସଭାସମିତି, ର‍୍ୟାଲି ଆଦି କରି ଆତଙ୍କବାଦ ପାଇଁ ଚାନ୍ଦା ସଂଗ୍ରହ କରୁଥିଲା । ଏଣୁ ବାସ୍ତବ ଦୂନିଆ ସହିତ ଅପରିଚିତ ଜଣେ ବ୍ୟକ୍ତି ହିଁ ଏପରି ଟ୍ଵିଟ କରିବ ।

ସମ୍ବନ୍ଧିତ ଖବର