ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ହ୍ବାଇଟ ହାଉସକୁ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ୨ୟ ପାଳି ଆରମ୍ଭ କରିବା ପରେ ଜାନୁୟାରୀ ୨୭ ତାରିଖରେ ମୋଦୀଙ୍କ ସହ କଥା ହୋଇଥିଲେ ଟ୍ରମ୍ପ ।

Advertisment

ତେବେ ଆସନ୍ତା  ୧୩ ଫେବ୍ରୁୟାରୀରେ ହୋଇପାରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଭେଟଘାଟ । ଏନେଇ କେବଳ ଔପଚାରିକ ଘୋଷଣାକୁ ବାକି ରହିଛି । ଆସନ୍ତା ୧୨ ତାରିଖରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ୧୨ ସଂଧ୍ୟାରେ ୱାସିଂଟନରେ ପହଞ୍ଚିବେ  ଓ ୧୪ ତାରିଖ ଯାଏଁ ସେଠାରେ ରହିବେ  । 

trump modi
Photograph: (SAMBAD.IN)

 

ଏହି ଗସ୍ତ ଭିତରେ ୧୩ ତାରିଖରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି । ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । 

କିଛିଦିନ ତଳେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଥିଲେ ।  ପରେ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ, ଦୁଇ ନେତା ବିଶ୍ବ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ଉପରେ ଆଲୋଚନା କରିଥିଲେ। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ  ଟ୍ରମ୍ପକୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।