ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଯାଇଛି। ଆମେରିକା ସଂସଦର ‘ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟିଟିଭ୍‌’ ବା ଆମେରିକା ପ୍ରତିନିଧି ସଭାରେ ବହୁମତରେ ପାରିତ ହୋଇ ଯାଇଥିବା ସୂଚନା ରହିଛି। ଟ୍ରମ୍ପ୍‌ଙ୍କ ବିରୋଧରେ ଐତିହାସିକ ଦ୍ବିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ‘ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟିଟିଭ୍‌’ରେ ପ୍ରସ୍ତାବ ପାରିତ ହୋଇଛି।

ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୧୯୭ ଖଣ୍ଡ ଭୋଟ୍‌। ୨୨୨ ଡେମୋକ୍ରାଟ୍‌ ସାଂସଦ, ୧୦ ଜଣ ରିପବ୍ଲିକାନ୍‌ ସାଂସଦ ଟ୍ରମ୍ପ୍‌ ବି‌ରୋଧରେ ମହାଭିଯୋଗ ସପକ୍ଷରେ ଭୋଟ୍‌ ଦେଇଥିଲେ। ମହାଭିଯୋଗ ପ୍ରସ୍ତାବ ପାସ୍‌ ପାଇଁ ୨୧୮ ଭୋଟ୍‌ର ଆବଶ୍ୟକତା ରହିଥିବା ବେଳେ ସପକ୍ଷରେ ପଡ଼ିଥିଲା ୨୩୨ ଭୋଟ୍‌।

ଏବେ ସଂସଦର ଉପର ସଦନ ପାସ୍‌ ସିନେଟ୍‌ରେ ଜାନୁଆରି ୧୯ ତାରିଖରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ। ତେବେ ‘ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟିଟିଭ୍‌’ରେ ଡେମୋକ୍ରାଟ୍‌ ସାଂସଦଙ୍କ ସଂଖ୍ୟା ଅଧିକ ଥିବାରୁ ସହଜରେ ପ୍ରସ୍ତାବ ପାରିତ ହୋଇଛି।

ସମ୍ବନ୍ଧିତ ଖବର