ନୂଆଦିଲ୍ଲୀ: ଆଜି ସକାଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ଏକ୍ସ ହ୍ୟାକ୍ ହୋଇଛି। ହ୍ୟାକର୍ ଟ୍ରମ୍ପ୍ ଜୁନିୟରଙ୍କ ଆକାଉଣ୍ଟ୍ ହ୍ୟାକ୍ କରିବା ସହ ତାଙ୍କ ପିତାଙ୍କ ମୃତ୍ୟୁ ଖବର ସମେତ ଅନେକ ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପୋଷ୍ଟ୍ କରିଥିଲା। ଏହି ଖବର ଆଜି ସୋସିଆଲ ମିଡିଆରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ସକାଳ ୮.୨୫ରେ ଆକାଉଣ୍ଟ୍ ହ୍ୟାକ୍ ହେବା ସହ ଏକ ପୋଷ୍ଟ୍ରେ କୁହାଯାଇଥିଲା ‘ ମୁଁ ଖୁବ୍ ଦୁଃଖର ସହ ଏହା ଘୋଷଣା କରୁଛି ଯେ ମୋ ବାପା ଡୋନାଲ୍ଡ ଟ୍ରମ୍ପ୍ଙ୍କର ପରଲୋକ ଘଟିଛି। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି। ଏଥିସହ ଆହୁରି ଅନେକ ପୋଷ୍ଟ୍ ମଧ୍ୟ କରାଯାଇଥିଲା।
ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍: ଟ୍ରମ୍ପ୍ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କଲେ ହ୍ୟାକର
/sambad/media/post_attachments/wp-content/uploads/2023/08/trump-1.jpg)