‘ଏୟାର୍‌ ଫୋର୍ସ ଓ୍ଵାନ୍‌’ରେ ବସାଇ ଉତ୍ତର କୋରିଆରେ ଛାଡ଼ି ଆସିବାକୁ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ କହିଥିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ହାନୋଇ ଶିଖର ବୈଠକ ପରେ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ରେ ବସାଇ ନେଇ ଉତ୍ତର କୋରିଆରେ ଛାଡ଼ି ଆସିବାକୁ ଡୋନାଲଡ୍‌ ଟ୍ରମ୍ପ୍‌ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ କହିଥିଲେ ବୋଲି ‘ବିବିସି’ର ଏକ ନୂଆ ଡକ୍ୟୁମେଣ୍ଟାରିରୁ ଜଣାପଡ଼ିଛି।

ଏହି ଶିଖର ବୈଠକ ପୂର୍ବରୁ କିମ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିବା ସହ ପରସ୍ପର ମଧ୍ୟରେ ଧମକ ଆଦାନ ପ୍ରଦାନ ମଧ୍ୟ ଚାଲିଥିଲା।

‘ଟ୍ରମ୍ପ୍‌ ଟେକ୍ସ୍‍ ଅନ୍‌ ଦି ଓ୍ଵାର୍ଲଡ୍‌’ ଶୀର୍ଷକ ଏହି ବିବିସି ଡକ୍ୟୁମେଣ୍ଟାରି ଅନୁସାରେ, ଭିଏତ୍‌ନାମ୍‌ରେ ୨୦୧୯ ଶିଖର ବୈଠକ ପରେ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ରେ ନେଇ ଉତ୍ତର କୋରିଆରେ ପହଞ୍ଚାଇ ଦେବା ଲାଗି କିମ୍‌ଙ୍କୁ ଟ୍ରମ୍ପ୍‌ କହିବା କଥା ପ୍ରବୀଣ କୂଟନୀତିଜ୍ଞମାନଙ୍କୁ ଆଚମ୍ବିତ କରି ପକାଇଥିଲା।

Image Courtesy of NDTV

କିମ୍‌ ଯଦି କଥା ରକ୍ଷା କରିଥାଆନ୍ତେ, ତେବେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବିମାନରେ କିମ୍‌ଙ୍କର ଅନ୍ୟ କେତେକ ସହଯାତ୍ରୀ ମଧ୍ୟ ଯାଇଥାଆନ୍ତେ। ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ ଉତ୍ତର କୋରିଆ ଆକାଶରେ ପ୍ରବେଶ କରିବା ମାତ୍ରେ ଏକାଧିକ ନିରାପତ୍ତା ସମସ୍ୟା ସୃଷ୍ଟି ହୋଇ ଥାଆନ୍ତା।

କିନ୍ତୁ, କିମ୍‌ ଏହି ଆମନ୍ତ୍ରଣକୁ ସେହିଠାରେ ହିଁ ଟାଳି ଦେଇଥିଲେ।

ସପ୍ତାହନ୍ତରେ ‘ବିବିସି’ରେ ପ୍ରକାଶ ପାଇଥିବା ରିପୋର୍ଟରେ ‘ଟ୍ରମ୍ପ୍‌ସ୍‌ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌’ର ଶୀର୍ଷସ୍ତରୀୟ ନିରାପତ୍ତା ବିଶେଷଜ୍ଞ ମ୍ୟାଥ୍ୟୁ ପୋଟିଙ୍ଗ୍‌ର୍‌ କହିଛନ୍ତି, ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ରେ ନେଇ ଉତ୍ତର କୋରିଆରେ ଛାଡ଼ି ଆସିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ କିମ୍‌ଙ୍କୁ କହିଥିଲେ।

ଏକାଧିକ ଦିନ ଟ୍ରେନ୍‌ ଯାତ୍ରା କରି ଚୀନ୍‌ ବାଟ ଦେଇ କିମ୍‌ ହୋନାଇରେ ପହଞ୍ଚିଥିବା କଥା ରାଷ୍ଟ୍ରପତି ଟ୍ରମ୍ପ୍‌ ଜାଣିଥିଲେ। ତେଣୁ ସେ କହିଲେ, ଯଦି ଚାହିଁବେ ମୁଁ ଆପଣଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଘରେ ପହଞ୍ଚାଇ ଦେବି। କିନ୍ତୁ, କିମ୍‌ ଅଗ୍ରାହ୍ୟ କରି ଦେଇଥିଲେ।

ସମ୍ବନ୍ଧିତ ଖବର