କଶ୍ମୀର ପରିସ୍ଥିତି ଲାଗି ଟ୍ରମ୍ପ୍‌ଙ୍କ ତୃତୀୟ ମଧ୍ୟସ୍ଥତା ପ୍ରସ୍ତାବ

ଓ୍ଵାସିଂଟନ୍‌: ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ ଆଉ ଥରେ କଶ୍ମୀର ଲାଗି ମଧ୍ୟସ୍ଥତା ପ୍ରସ୍ତାବ ଦେଇ କହିଛନ୍ତି, ମଧ୍ୟସ୍ଥତା କରିବାକୁ କିଂବା କିଛି କରିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟାକରିବି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଫଳ କଶ୍ମୀର ସମସ୍ୟା ବୋଲି ମଧ୍ୟ ଟ୍ରମ୍ପ୍‌ ଚିତ୍ରଣ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କହିଛନ୍ତି, ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି-୭ ଶିଖର ବୈଠକ ସମୟରେ ସପ୍ତାହନ୍ତ ବେଳକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍‌ କରିବେ।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି; ସେଠାରେ ହିନ୍ଦୁ ଓ ମୁସଲମାନ ଅଛନ୍ତି। ମୋ ମତରେ, ସେମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚଳଣି ଚଳୁ ନାହାନ୍ତି।
ସେ ଆହୁରି କହିଲେ, ବଡ଼ ଜଟିଳ ପରିସ୍ଥିତି। ଧର୍ମ ସଂକ୍ରାନ୍ତରେ ଅନେକ କିଛି କରିବାକୁ ପଡ଼ିବ।

Image Source: India Today

ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମ୍ରାନ୍‌ ଖାଁଙ୍କ ସହ ଫୋନ୍‌ ଯୋଗେ କରିଥିବା କଥାବାର୍ତ୍ତା ସଂକ୍ରାନ୍ତରେ ମଧ୍ୟ ସେ କହିଛନ୍ତି।

ସେ କହିଲେ: ମୋର ଦୁଇ ଉତ୍ତମ ମିତ୍ର, ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଁଙ୍କ ସହ ବାଣିଜ୍ୟ, ସାମରିକ ଭାଗିଦାରୀ, ସବୁଠୁ ବଡ଼ କଥା କଶ୍ମୀରରେ ଉତ୍ତେଜନା ହ୍ରାସ ନିମନ୍ତେ ଭାରତ ଏବଂ ପାକିସ୍ତାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ କଥାବାର୍ତ୍ତା କରିଛି। ପରିସ୍ଥିତି ଜଟିଳ ହେଲେ ବି ଭଲ ଭାବେ କଥାବାର୍ତ୍ତା କରିଛି!

Image Source: Hindustan Times

ଜମ୍ମୁ ଓ କଶ୍ମୀରରେ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଉତ୍ତେଜନା ହ୍ରାସ ପାଇଁ ଭାରତ ସହ ଫଳପ୍ରଦ ଆଲୋଚନା କରିବାକୁ ଚାରି ଦିନରେ ଦ୍ୱିତୀୟ ଥର ମୋଦୀଙ୍କ ସହ ସକାଳେ କଥାବାର୍ତ୍ତା କରିବା ପରେ ଟ୍ରମ୍ପ୍‌ ଖାଁଙ୍କ ସହ କଥାବାର୍ତ୍ତା କରିଥିଲେ ବୋଲି ହ୍ଵାଇଟ୍‌ ହାଉସ୍‌ କହିଛି।

ସମ୍ବନ୍ଧିତ ଖବର