ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁଁ ପରୀକ୍ଷା ହାର କମ କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲି: ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ମୁଁ ମୋ ପ୍ରଶାସନର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୋଭିଡ -୧୯ ଚିହ୍ନଟ ପାଇଁ ହେଉଥିବା ପରୀକ୍ଷାକୁ ମନ୍ଥର କରିବାକୁ ଅନୁରୋଧ କରିଥିଲି | ଅଧିକ ପରୀକ୍ଷା ହେବା ଦ୍ୱାରା ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁଁ ପରୀକ୍ଷା ହାର କମାଇବା ପାଇଁ କହିଥିଲି | ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଓକଲାହୋମାର ତୁଲସାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଏଭଳି ଆଶ୍ଚଯ୍ୟ କଲା ଭଳି ମନ୍ତବ୍ୟ ଦେଇଛନ୍ତି |

ସୂଚନା ମୁତାବକ, ଆସନ୍ତା ନଭେମ୍ବରରେ ନିର୍ବାଚନ ହେବାକୁ ଥିବା ବେଳେ ଶନିବାର ଏକ ରାଲିରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଉପସ୍ଥିତ ଥିବା ଜନତାଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, କୋଭିଡ -୧୯ ପରୀକ୍ଷା ହେଉଛି ‘ଦୁଇ ଧାରିଆ ଖଣ୍ଡା’ | ଯେତେବେଳେ ଆପଣ ଅଧିକରୁ ଅଧିକ ପରୀକ୍ଷା କରନ୍ତି, ସେତେବେଳେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି | ତେଣୁ ମୁଁ ମୋର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରୀକ୍ଷା ହାର ମନ୍ଥର କରିବାକୁ କହିଥିଲି | ତେବେ ଟ୍ରମ୍ପଙ୍କ ଏଭଳି କଥା ଶୁଣି ସେ ଏହି କଥା ଥଟା କରି କହୁଥିଲେ ନାଁ ନିଜ କଥାକୁ ନେଇ ଗମ୍ଭୀର ଥିଲେ ତାହା ସ୍ପଷ୍ଟ ହୋଇପାରିନଥିଲା |

US President Donald Trump claps while supporters cheer during his campaign rally in Tulsa, Oklahoma, on Saturday.
hindustantimes

ତେବେ ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବା ମୁତାବକ,ରାଷ୍ଟ୍ରପତି ଟ୍ରମ୍ପ ଉପହାସ କରି ସେଭଳି ମନ୍ତବ୍ୟ ଦେଇଥିଲେ | ଆମେ ପରୀକ୍ଷଣ କରିବାରେ ଅନ୍ୟ ଦେଶଠାରୁ ଆଗରେ ରହିଛୁ ଏବଂ ୨୫ ମିଲିୟନରୁ ଅଧିକ ପରୀକ୍ଷା କରିଥିବାରୁ ଆମେ ଗର୍ବିତ।

ସମ୍ବନ୍ଧିତ ଖବର