ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ନେଇ ପୁଣି ବଡ ବୟାନ ଦେଲେ ଡୋନାଲ୍ଡ ଟ୍ରମ୍ପ । ପୁରୁଣା କଥାକୁ ଦୋହରାଇ ପୁଣି ଟ୍ରମ୍ପ କହିଲେ- ମୁଁ ବନ୍ଦ କରିଛି ଭାରତ-ପାକିସ୍ତାନ ମଧ୍ଯରେ ଯୁଦ୍ଧ । ଟ୍ରମ୍ପ ଏହି ଅବସରରେ ନିଜର ପାକିସ୍ତାନ ପ୍ରୀତି ଦେଖାଇ କହିଛନ୍ତି-

Advertisment

 ମୋର ପାକିସ୍ତାନ ପ୍ରତି ଭଲପାଇବା ରହିଛି, ମୋଦୀ ଭାରି ବଢିଆ ଲୋକ । ଗତକାଲି ରାତିରେ ମୁଁ ମୋଦୀଙ୍କ ସହ କଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେ ଏକ ବଡ ବ୍ୟାପାର ନେଇ ବୁଝାମଣା କରିବାକୁ ଯାଉଛୁ ।

ତେବେ ପାକିସ୍ତାନର ସେନା ମୁଖ୍ଯ ମୁନୀରଙ୍କ ସହ ବୈଠକ ନେଇ ଟ୍ରମ୍ପ କହିଛନ୍ତି ଭାରତ-ପାକିସ୍ତାନ ଯୁଦ୍ଧ ରୋକିବାରେ ଆସିମ ମୁନୀରଙ୍କ ଅବଦାନ ଢେର ରହିଛି । ଦୁଇ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଦୁଇ ଦେଶ ମଧ୍ଯରେ ଯୁଦ୍ଧ ବନ୍ଦ ପାଇଁ ମୁଁ ଚେଷ୍ଟା କରିଛି ଯେଉଁଥିଲେ ମୋଦୀ-ମୁନୀରଙ୍କ ପ୍ରଭାବଶାଳୀ ଭୂମିକା ରହିଛି ।