ନୂଆଦିଲ୍ଲୀ : ଚନ୍ଦ୍ର ମଙ୍ଗଳ ଗ୍ରହର ଅଂଶବିଶେଷ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟରରେ ଟ୍ରମ୍ପ ଏହା ଲେଖିଛନ୍ତି ଯେ, ଖର୍ଚ୍ଚ ହେଉଥିବା ଅର୍ଥରେ ନାସା ଚନ୍ଦ୍ରକୁ ଯିବା କଥା କହିବା ଉଚିତ ନୁହେଁ। ଚନ୍ଦ୍ରକୁ ଆମେ ୫୦ ବର୍ଷ ପୂର୍ବେ ଯାଇସାରିଛେ। ନାସା ଏବେ ମଙ୍ଗଳ (ଯାହାର ଏକ ଅଂଶ ହେଉଛି ଚନ୍ଦ୍ର), ପ୍ରତିରକ୍ଷା ଏବଂ ବିଜ୍ଞାନ ସମେତ ଅନ୍ୟ କିଛି ବୃହତ୍ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଇଣ୍ଟରନେଟରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିବା ପରେ ତାଙ୍କୁ ଅନେକ ଉପହାସ କରିଛନ୍ତି। ତେବେ ନାସାର ପ୍ରଶାସକ ଜିମ୍ ବ୍ରିଡେନଷ୍ଟାଇନ୍ ଏହି ପ୍ରସଙ୍ଗରେ ଏକ ଟ୍ବିଟ୍ କରି ଟ୍ରମ୍ପକୁ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି। ବ୍ରିଡେନଷ୍ଟାଇନ୍ କହିଛନ୍ତି, ମଙ୍ଗଳକୁ ମନୁଷ୍ୟ ପ୍ରେରଣ ପାଇଁ ନାସା ଚନ୍ଦ୍ରକୁ ବ୍ୟବହାର କରୁଛି।
ମଙ୍ଗଳର ଅଂଶ ଚନ୍ଦ୍ର କହି ଉପହାସିତ ହେଲେ ଟ୍ରମ୍ପ
/sambad/media/post_attachments/wp-content/uploads/2019/06/trump-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)