ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ନ୍ୟୁୟର୍କର ମାନହଟ୍ଟନ କୋର୍ଟରେ କଡା ନିରାପତ୍ତା ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟୋର୍ମି ଡାନିଏଲଙ୍କୁ ବିପୁଳ ଅର୍ଥ ଦେବା ମାମଲାରେ ଅଭିଯୁକ୍ତ ଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ଗିରଫ କରିବା ପୂର୍ବରୁ ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ଆମେରିକାର ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

Advertisment

ରିପବ୍ଲିକାନ ପାର୍ଟିର ସେ ଜଣେ ଆଗଧାଡ଼ିର ସଦସ୍ୟ ଥିଲେ। ବିଚାରର ସମ୍ମୁଖୀନ ହେଉଥିବା ଅନ୍ୟମାନଙ୍କ ଭଳି ବିଚାର ପ୍ରକ୍ରିୟା ଆଧାରରେ ତାଙ୍କ ମାମଲାର ବି ନିୟମ ଅନୁଯାୟୀ ବିଚାର କରାଯିବ। ଆତ୍ମସମର୍ପଣ ପରେ ସେଠାକାର ‌ପୁଲିସ ତାଙ୍କୁ ହେପାଜତକୁ ନେଇଛି। ଆମେରିକା ଇତିହାସରେ ଏହା ଏକ ପ୍ରଥମ ଘଟଣା ବୋଲି କୁହାଯାଉଛି।