ଚୀନ ଉପରେ ବର୍ଷିଲେ ଟ୍ରମ୍ପ: ଚୀନ ଓ ଭାରତକୁ ମିଳୁଥିବା ସମସ୍ତ ସବସିଡି ବନ୍ଦ କରିବ ଆମେରିକା
ଆମଠାରୁ ୫୦୦ ବିଲିିୟନ୍ ଡଲାର୍ ନେଇ ଚୀନ୍ ଆଜି ବୃହତ ଅର୍ଥନୈତିକ ଶକ୍ତି : ଟ୍ରମ୍ପ
ଚିକାଗୋ: ଚୀନ୍ ଓ ଭାରତ ଭଳି ବିକାଶୋନ୍ମୁଖୀ ଅର୍ଥନୀତି ସଂପନ୍ନ ରାଷ୍ଟ୍ରଙ୍କୁ ଆମେରିକା ଦେଉଥିବା ସବସିଡି ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ସେ ଆମେରିକାର ନର୍ଥ ଡାକୋଟାରେ ଅନୁଷ୍ଟିତ ପାଣ୍ଠି ନିବେଶକାରୀଙ୍କ ଏକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ ମୁଁ ଆମେରିକାକୁ ଏକ ବିକାଶୋନ୍ମୁଖୀ ଅର୍ଥନୀତି ବୋଲି ବିବେଚନା କରୁଛି। ତେଣୁ ଆମେ ଅନ୍ୟ ଅର୍ଥନୀତି ତୁଳନାରେ ଅଧିକ ବେଗରେ ଅଭିବୃଦ୍ଧି କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସେ ବିଶ୍ୱ ବାଣିଜ୍ୟ ସଂଗଠନ ଯୋଗୁଁ ଆଜି ଚୀନ୍ ଏକ ‘ବୃହତ୍ ଅର୍ଥନୈତିକ ଶକ୍ତି’ ଭାବେ ଉଭା ହୋଇଛି ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେ ଭାରତ ଓ ଚୀନ୍ ଭଳି ଦେଶକୁ ବିକାଶ ରାସ୍ତାରେ ଥିବା ଅର୍ଥନୀତି ବୋଲି ବିବେଚନା କରି ସେମାନଙ୍କୁ ସବ୍ସିଡି ଦେଉଛୁ। ମାତ୍ର ସେମାନେ ବିକାଶ କରି ଚାଲିଛନ୍ତି। ସେମାନେ ନିଜକୁ ବିକାଶୋନ୍ମୁଖୀ ରାଷ୍ଟ୍ର ବୋଲି ଚିତ୍ରିତ କରି ଆମ ଠାରୁ ଆର୍ଥିକ ସହାୟତା ନେଉଛନ୍ତି। ଏହାର କୌଣସି ଆବଶ୍ୟକତା ନାହିଁ। ଆମେ ଏହାକୁ ବନ୍ଦ କରିଦେବୁ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।
ଏହି ପାଣ୍ଠି ନିବେଶକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଏକ ବିକାଶୋନ୍ମୁଖୀ ଅର୍ଥନୀତି ଏବଂ ଆମେ କାହିଁକି ଚୀନ୍କୁ ୫୦୦ ବିଲିୟନ୍ ଡଲାର୍ର ସବ୍ସିଡି ଦେବୁ ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆମ ଠାରୁ ଅର୍ଥ ନେଇ ଚୀନ୍ ଆଜି ପୃଥିବୀର ଅନ୍ୟତମ ବୃହତ ଅର୍ଥନୀତି ପାଲଟିଛି। ଆଉ ଏପରି ହେବାକୁ ଦିଆଯିବ ନାହିଁ।