ବାଣିଜ୍ୟ ବିବାଦ ତୁଟାଇବା ପାଇଁ ଜୁନ୍‌ ମାସରେ ଡୋନାଲ୍‌ଡ୍‌ ଟ୍ରମ୍ପ ଓ ଜି ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତ

ଓ୍ଵାସିଂଟନ୍‌: ବାଣିଜ୍ୟ ସଂକ୍ରାନ୍ତ ମତ ପାର୍ଥକ୍ୟ ତୁଟାଇବା ପାଇଁ ଆସନ୍ତା ମାସରେ ଜି-ଟେ୍ଵଣ୍ଟି ଶିଖର ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଜି ଜିନ୍‌ପିଙ୍ଗ୍‌ ପରସ୍ପରଙ୍କୁ ଭେଟିପାରନ୍ତି। କିନ୍ତୁ ଏ ସଂକ୍ରାନ୍ତରେ ନୂତନ କଥାବାର୍ତ୍ତା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ ବୋଲି ହ୍ଵାଇଟ୍‌ ହାଉସ୍‌ର ଅର୍ଥନୈତିକ ପରାମର୍ଶ ଦାତା ଲେରି କୁଡ୍‌ଲୋ ରବିବାର ଦିନ କହିଛନ୍ତି।

ଜୁନ୍‌ ୨୮ ଓ ୨୯ ତାରିଖ ଦିନ ଜାପାନର ଓସାକା ଠାରେ ଜି-ଟେ୍ଵଣ୍ଟି ଶିଖର ଆୟୋଜନ କରାଯାଇଛି।

ଶୁକ୍ରବାର ଦିନ ବିଶ୍ୱର ଦୁଇ ଶୀର୍ଷସ୍ତରୀୟ ଅର୍ଥନୀତି ଓ୍ଵାସିଂଟନ୍‌ ଠାରେ ଦୁଇ ଦିନର ଆଲୋଚନା ବିନା କୌଣସି ରାଜିନାମାରେ ଶେଷ ହୋଇଛି। ବୁଝାମଣା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଅନିଚ୍ଛୁକ ବୋଲି ସ୍ପଷ୍ଟ କରି ଉଦ୍‌ବେଗ ହ୍ରାସ କରାଇବାକୁ ମିଷ୍ଟର୍‌ କୁଡ୍‌ଲୋ କହିଛନ୍ତି କି, ଏଥିପାଇଁ ପ୍ରକ୍ରିୟା ଚାଲିଛି।

ନିଷ୍ପତ୍ତି ନେବା ଆଗରୁ ଆମେ ଏ ସଂକ୍ରାନ୍ତରେ ସୁସ୍ପଷ୍ଟ ହେବା ଆବଶ୍ୟକ। ଆମେ ଆମର ଟିକସ ଚାଲୁ ରଖିବୁ। ବୁଝାମଣାକୁ ଗ୍ରହଣ କରି ପାରିବୁ ନାହିଁ ବୋଲି ରବିବାର ଦିନ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କୁଡ୍‌ଲୋ କହିଛନ୍ତି।

ଭବିଷ୍ୟତର ବୁଝାମଣା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ଏ ଯାଏଁ ହୋଇ ନାହିଁ।

ସମ୍ବନ୍ଧିତ ଖବର