ମୋଦୀଙ୍କୁ ଦିଆଗଲା ଆମେରିକାର ସର୍ବୋଚ୍ଚ ସମ୍ମାନ ଲେଜିଅନ୍ ଅଫ୍ ମେରିଟ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଏବଂ ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧିରେ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ(ଲେଜିଅନ୍ ଅଫ୍ ମେରିଟ୍) ପ୍ରଦାନ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓ’ବ୍ରାଇନ୍ ଏହି ସୂଚନା ଦେଇଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଞ୍ଜିତ ସିଂ ସାନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଆମେରିକା-ଭାରତ ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବାରେ ନେତୃତ୍ୱ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନରେ ସମ୍ମାନିତ କରିଛନ୍ତି। ଲେଜିଅନ୍ ଅଫ୍ ମେରିଟ୍ ମେଡାଲ୍ ୨୦ ଜୁଲାଇ ୧୯୪୨ ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଆମେରିକାର ସୈନିକ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥାନ୍ତି |


ଏହା ହେଉଛି ଆମେରିକାର ସର୍ବୋଚ୍ଚ ସାମରିକ ପଦକ ଯାହା ବିଦେଶୀ ଅଧିକାରୀଙ୍କୁ ପ୍ରଦାନ କରାଯାଇପାରିବ। ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ଟ୍ରମ୍ପ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଲେଜିଅନ୍ ଅଫ୍ ମେରିଟ୍ ପୁରସ୍କାର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର