କିବ୍ : ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ପୁଣି ତୀବ୍ର ହୋଇଛି। ବିଗତ ୩ ଦିନ ମଧ୍ୟରେ ରୁଷ ଅହରହ ବୋମାବର୍ଷା କରି ଡୋନ୍ବାସ ଅଞ୍ଚଳକୁ ଛାରଖାର କରିଦେଇଛି। ସଂପୂର୍ଣ୍ଣ ଅଞ୍ଚଳକୁ ପୂରା ବରବାଦ କରିବା ପାଇଁ ରୁଷ୍ ଅତି ଘାତକ ଅସ୍ତ୍ର ପ୍ରୟୋଗ କରୁଛି। ଡୋନ୍ବାସରେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ସାଧାରଣ ବସତିଗୁଡ଼ିକୁ ବି ଛାରଖାର କରିଦିଆଯାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ବିଶ୍ବ ସମୁଦାୟକୁ ଅବଗତ କରାଇଛନ୍ତି। ଏହା ସହିତ ରୁଷ୍ ସେନା ସବୁ ଅଂଚଳରେ ବ୍ୟାପକ ନରସଂହାର ଚଳାଇଛି ବୋଲି ଏକ ଉଦ୍ବୋଧନରେ ଜେଲେନସ୍କି କହିଛନ୍ତି।
ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍କୁ ସହାୟତା ପଠାଉଥିଲେ ମଧ୍ୟ ରୁଷ୍ର ତୀବ୍ର ଆକ୍ରମଣ ଯୋଗୁଁ ୟୁକ୍ରେନ୍ ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି । ଗତରାତିରେ ପୂର୍ବ ୟୁକ୍ରେନ୍ର ଲୁହାଂସ୍କ ଅଂଚଳର ଲିସିଚାଂସ୍କ ଏବଂ ସେବେରୋଦୋନେସ୍କ ସହରରେ ରୁଷ୍ର ଆକ୍ରମଣରେ ଶତାଧିକ କୋଠା ଧୂଳିସାତ ହୋଇଯାଇଛି ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ତେବେ ଏଠାରୁ ରୁଷ୍ ସୈନିକଙ୍କୁ ଘଉଡ଼ାଇବାରେ ସଫଳତା ମିଳିଛି ବୋଲି ଜେଲେନସ୍କି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/donabs.jpg)