ପ୍ରବାସୀ ଶିଶୁଙ୍କୁ ବାପା ମା’ଙ୍କ ଠାରୁ ଅଲଗା କରନି

ଓ୍ଵାସିଂଟନ୍‌: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ନୂଆ ସୀମା ସୁରକ୍ଷା ପଲିସି ‘ଜିରୋ ଟଲେରାନ୍ସ’କୁ ମେଲାନିଆ ବିରୋଧ କରିଛନ୍ତି। ଏହାଦ୍ୱାରା ନିରୀହ ଶିଶୁମାନେ ସେମାନଙ୍କ ବାପା ମା’ଙ୍କଠାରୁ ଦୂରେଇ ଯିବେ ବୋଲି ସେ କହିଛନ୍ତି। ତେବେ ଆମେରିକୀୟ ଅଧିକାରୀଙ୍କ ସୁତ୍ରରୁ ଜଣାଯାଇଛି ଯେ ଗତ ଏପ୍ରିଲ୍‌ରୁ ମେ’ ଶେଷ ମଧ୍ୟରେ ଏହି ନୂଆ ନୀତି ଦ୍ୱାରା ପାଖାପାଖି ୨୦୦୦ ଶିଶୁ ସେମାନଙ୍କ ବାପାଙ୍କଠାରୁ ଅଲଗା ହୋଇଛନ୍ତି।

ସମ୍ବନ୍ଧିତ ଖବର