ଆପଣ ଦେଇଥିବା ଅନାଥ ପିଲାଙ୍କ ସଂଖ୍ୟା ବିଶ୍ୱାସଯୋଗ୍ୟ ନୁହେଁ; ଏଭଳି କହି ପଞ୍ଜାବ ଓ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ସଂଖ୍ୟା କେତେ ସେ ନେଇ ସୂଚନା ଦେବାକୁ କହିଥିଲେ ସୁପ୍ରିମକୋର୍ଟ | ହେଲେ ଏବେ ବି କିଛି ରାଜ୍ୟ ସୂଚନା ଦେବାରେ ବିଳମ୍ବ କରୁଥିବାରୁ ସେମାନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ | ପଶ୍ଚିମବଙ୍ଗ ଏବଂ ପଞ୍ଜାବ ସମେତ ଅନ୍ୟ ରାଜ୍ୟକୁ ଶୀଘ୍ର ତଥ୍ୟ ଦେବାକୁ କୁହାଯାଇଛି |

ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଅନାଥ ପିଲାମାନଙ୍କ ବିଷୟରେ ସେମାନଙ୍କର ତଥ୍ୟ କାହିଁକି ବାଲ ସ୍ୱରାଜ ୱେବସାଇଟରେ ଅପଲୋଡ୍ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଜି ପଶ୍ଚିମବଙ୍ଗ ପକ୍ଷରୁ ଥିବା ଓକିଲ କହିଥିଲେ ଯେ, ସଠିକ୍ ତଥ୍ୟ ଅପଲୋଡ୍ ହୋଇ ଏନସିପିସିଆରକୁ ପଠାଯାଇଛି | ଏହା ଶୁଣି କୋର୍ଟ ପ୍ରଶ୍ନ କରିଥିଲେ ଯେ, “ତେବେ ଆପଣ କହୁଛନ୍ତି ଯେ ସମଗ୍ର ରାଜ୍ୟରେ କେବଳ ୨୭ ପିଲା ଅନାଥ ହୋଇଛନ୍ତି? ଏହି ସଂଖ୍ୟା ଠିକ୍ କି? ଏହା ଦେଖି ଲାଗୁଛି କି, ଆପଣଙ୍କ ରାଜ୍ୟରେ କରୋନା ନଥିଲା | ଆମେ ଏହି ପରିସଂଖ୍ୟାନକୁ ବିଶ୍ୱାସ କରିପାରୁନାହୁଁ | ଗୋଟେ ରାଜ୍ୟ କ’ଣ କରିବା ଦରକାର କେମିତି ଜାଣିପାରୁନାହିଁ, ଆମେ ତାହା ବୁଝିପାରୁନାହୁଁ ବୋଲି କହି ସୁପ୍ରିମକୋର୍ଟ ଶିଶୁ ସୁରକ୍ଷା ଅଧିକାର ନିର୍ଦ୍ଦେଶାଳୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।

Supreme Court Pulls Up West Bengal Govt For Not Uploading Information Of Children  Orphaned During COVID
Live Law

ଅନ୍ୟପକ୍ଷରେ, ପଞ୍ଜାବ ପକ୍ଷରୁ ଥିବା ଓକିଲ ଯୁକ୍ତି କରିଥିଲେ ଯେ, “ଆମର ବିଭାଗ ନିଶ୍ଚିତ ଯେ, ଆମ ରାଜ୍ୟରେ ୭୩ଜଣ ପିଲା ଅନାଥ ହୋଇଛନ୍ତି। କୋଭିଡ କାରଣରୁ ପିତାମାତାଙ୍କର ମୃତ୍ୟୁ ପରେ ଅନାଥ ହୋଇଥିବା ୩୩ ପିଲାଙ୍କ ତଥ୍ୟ ଅପଲୋଡ୍ ହୋଇଛି | ଅବଶିଷ୍ଟ ୪୦ ଜଣଙ୍କ ପିତାମାତା ଅଣ-କୋଭିଡ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ” ଏହା ଶୁଣିବା ପରେ ତୃଣମୂଳ ସ୍ତରରେ ଅନାଥ ପିଲାଙ୍କ ସଂଖ୍ୟା ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ କହିଛନ୍ତି। ଅନ୍ୟପକ୍ଷରେ, ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷଙ୍କୁ ଅଦ୍ୟତନ ତଥ୍ୟ ଦାଖଲ କରିବା ନେଇ ନିଶ୍ଚିତ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର