ମୁଁ ତାମିଲନାଡୁର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ନୁହେଁ : ରଜନିକାନ୍ତ

ଚେନ୍ନାଇ : ସାଉଥ ସୁପରଷ୍ଟାର ରଜନିକାନ୍ତ ଆଜି ନିଜର ରାଜନୈତିକ ଯୋଜନା ସଂପର୍କରେ ସାମାନ୍ୟ ଆଭାସ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସେ ଗଠନ କରିବାକୁ ଥିବା ଦଳରେ ସେ ନିଜେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ନାହିଁ, ବରଂ ଏହି ଭାର ଜଣେ ଯୁବ ନେତୃତ୍ୱ ହାତରେ ରହିବ ।
ନିଜର ଏହି ଦଳରେ ଦୁଇ ପ୍ରକାରର ନେତୃତ୍ୱ ରହିବ । ଗଠନମୂଳକ ସମାଲୋଚନା ପାଇଁ ଦଳ ମଧ୍ୟରେ ହିଁ ଏକ ବିରୋଧୀ ପକ୍ଷ ରହିବ । ଦଳ କ୍ଷମତା ହାତେଇବା ଅପେକ୍ଷା ଏକ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବ । ଦଳରେ ଯୁବପିଢିଙ୍କୁ ଗୁରୁତ୍ୱ ଦିଆଯିବ । ଦଳର ମୋଟ ସଦସ୍ୟମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ୪୫ ବର୍ଷରୁ କମ ବୟସର ହେବ । ଦଳରେ ମଧ୍ୟ ଅବସରପ୍ରାପ୍ତ ଆଇଏଏସ, ଆଇପିଏସ ଓ ବିଚାରପତିମାନଙ୍କୁ ନିଆଯିବ । ନିଜେ ରଜନିକାନ୍ତ ଏସବୁ ଅଭିଜ୍ଞ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଦଳରେ ଯୋଗ ଦେବାକୁ ଅନୁରୋଧ କରିବେ ।
ତେବେ ସେ ଏହି ସାମ୍ବାଦିକ ସମ୍ମିଳନୀରେ ନିଜର ଏହି ଭାବି ଦଳର ନାଁ ଘୋଷଣା କରିନାହାନ୍ତି । ସେ ମଧ୍ୟ ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲଢିବା କଥା ଘୋଷଣା କରିନାହାନ୍ତି । ତାମିଲନାଡ଼ୁରେ ଆସନ୍ତା ବର୍ଷ ନିର୍ବାଚନ ହେବ ।

ସମ୍ବନ୍ଧିତ ଖବର