ନୂଆଦିଲ୍ଳୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ପରେ ବି ‘ମୋ ପାଟିରୁ ଭୁଲ୍ରେ ଖସିଗଲା। ମୋର ଭୁଲ୍ ନାହିଁ କି ମୁଁ କ୍ଷମା ମାଗିବି ନାହିଁ’ ବୋଲି କହୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିବାକୁ ରାଜି ହୋଇଛନ୍ତି। ଅଧୀରଙ୍କ ବୟାନକୁ ନେଇ ବିଜେପିର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ସୃତି ଇରାନୀ ସୋନିଆଙ୍କୁ ଆକ୍ଷେପ କରି ସଂସଦରେ କମ୍ପିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଅଧୀର। ସେ କହିଛନ୍ତି କି ସୋନିଆ ଗାନ୍ଧୀଙ୍କୁ ଏହି ବିବାଦ ଭିତରକୁ ଟାଣିବା ଦରକାର ନାହିଁ। ମୋ ବୟାନ ଯଦି ରାଷ୍ଟ୍ରପତିଙ୍କ ସମ୍ମାନକୁ ଆଘାତ ପହଞ୍ଚାଇଛି ତ ମୁଁ ତାଙ୍କୁ ଭେଟି କ୍ଷମା ମାଗିବି। ସେ ପୁଣି ଥରେ ସଫେଇ ଦେଇ କହିଛନ୍ତି ଯେ ଯାହା ବି ହୋଇଛି ଭୁଲ୍ରେ ହୋଇଛି। ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା କଥା ସେ ଭାବନ୍ତି ବି ନାହିଁ।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ପରେ ଏ ନେଇ ବିବାଦ ଉପୁଜିଛି। ଅଧୀରଙ୍କ ଉକ୍ତ ବୟାନର ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ଆଡ଼େ ଦେଶର ପ୍ରଥମ ନାଗରିକଙ୍କ ପ୍ରତି ଏପରି ଅପମାନମୂଳକ ବୟାନକୁ ନିନ୍ଦା କରାଯାଉଛି। ଏ ନେଇ ସଂସଦ ଗୃହରେ ସୋନିଆ ଗାନ୍ଧୀଙ୍କୁ ଅକ୍ଷେପ କରିଥିଲେ ସ୍ମୃତି ଇରାନୀ। ସେ କହିଥିଲେ ଯେ ‘ସୋନିଆ ଗାନ୍ଧୀ, ଆପଣ ଦୌପଦୀ ମୁର୍ମୁଙ୍କୁ ଅପମାନ କରିବାକୁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ମହିଳାଙ୍କ ଅପମାନିତ କରିବାକୁ ସୋନିଆ ଗାନ୍ଧୀ ହିଁ ଅନୁମତି ଦେଇଛନ୍ତି।’
ସୋନିଆ ଗାନ୍ଧୀଙ୍କୁ ବିବାଦକୁ ଟାଣନ୍ତୁ ନାହିଁ, ମୁଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି: ଅଧୀର ରଞ୍ଜନ ଚୌଧୁରୀ
/sambad/media/post_attachments/wp-content/uploads/2022/07/Untitled-80.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)