ମୋତେ ଟିପୁ ଜୟନ୍ତୀକୁ ନିମନ୍ତ୍ରଣ କରନାହିଁ: ବିଜେପି ସାଂସଦ ଅନନ୍ତକୁମାର ହେଗ୍‌ଡ଼େ

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଅନନ୍ତକୁମାର ହେଗ୍‌ଡ଼େ ସ୍ପଷ୍ଟ ରୂପେ କର୍ଣ୍ଣାଟକ ସରକାରଙ୍କର କିଛି ଶୀର୍ଷ ସ୍ତରୀୟ ଅଧିକାରୀଙ୍କୁ କହିଛନ୍ତି ଯେ ଟିପୁ ଜୟନ୍ତୀ ପାଳନ ଅବକାଶରେ ଆୟୋଜିତ କୌଣସି କାର୍ଯ୍ୟକ୍ରମକୁ ତାଙ୍କୁ ଯେମିତି ନିମନ୍ତ୍ରଣ କରା ନ ଯାଏ।

ନଭେମ୍ବର ୧୦ ତାରିଖରେ ପାଳିିତ ହେବାକୁ ଯାଉଥିବା ଟିପୁ ଜନ୍ମ ବାର୍ଷିକୀ ନିମନ୍ତ୍ରଣ ପତ୍ରରେ କୌଣସି କାର୍ଯ୍ୟକ୍ରମରେ ତାଙ୍କ ନାମ ଉଲ୍ଲେଖ ନ କରିବାକୁ ହେଗ୍‌ଡ଼େ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଉତ୍ତରକନ୍ନଡ଼ର ଡେପୁଟି କମିସନର୍‌ଙ୍କୁ ଏକ ପତ୍ର ଲେଖି ନିର୍ଦେଶ ଦେଇଛନ୍ତି।

Photo Courtesy of HT

ପାଶବିକ ହତ୍ୟାକାରୀ, ହୀନ ଧର୍ମାନ୍ଧ ଓ ଗଣଦୁଷ୍କର୍ମକାରୀ ଭଳି ଜଣେ ବ୍ୟକ୍ତିଙ୍କୁ ଗୌରବାନ୍ଵିତ କରୁଥିବା ଲଜ୍ଜାଜନକ ଅନୁଷ୍ଠାନକୁ ମତେ ନିମନ୍ତ୍ରଣ ନ କରିବାକୁ ମୁଁ କର୍ଣ୍ଣାଟକ ସରକାରଙ୍କୁ ଜଣାଇ ଦେଇଛି ବୋଲି ବିଜେପି ନେତା ଏକ ଟୁଇଟ୍‌ରେ କହିଛନ୍ତି।

ଉତ୍ତରକନ୍ନଡ଼ରୁ ପାଞ୍ଚ ଥର ସଂସଦକୁ ନିର୍ବାଚିତ ହୋଇଥିବା ହେଗ୍‌ଡ଼େ ଶାସକ କଂଗ୍ରେସ୍‌ ଦଳର ଜଣେ ମୌଖିକ ସମାଲୋଚକ ଏବଂ ୨୦୧୫ ଠାରୁ ଅନୁଷ୍ଠିତ ହୋଇ ଆସୁଥିବା ରାଜ୍ୟ ସରକାରଙ୍କ ଆୟୋଜିତ ଟିପୁ ଜୟନ୍ତୀର ଘୋର ବିରୋଧ କରନ୍ତି। ସେ ଯାହାହେଉ, ଜିଲ୍ଲାରେ ଆୟୋଜିତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ନିମନ୍ତ୍ରଣ ପତ୍ରରେ ତାଙ୍କର ନାମ ଉଲ୍ଲେଖ କରିବାକୁ ପ୍ରୋଟୋକଲ୍‌ ବାଧ୍ୟ କରୁଛି।

Photo Courtesy of Deccan Chronicle

ହେଗ୍‌ଡ଼େ ଉତ୍ସବରୁ ନିଜକୁ ଦୂରେଇ ରହି ମାମଲାକୁ ରାଜନୈତିକ ରୂପ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ଉପରେ ଦୋଷାରୋପ କରିଛନ୍ତି।

ସରକାରଙ୍କ ଅଂଶ ବିଶେଷ ହୋଇଥିବାରୁ ସେ ଏ କଥା ଲେଖିବା ଉଚିତ ନୁହେଁ। ଟିପୁ ଜୟନ୍ତୀ ପାଳନ ନିମନ୍ତ୍ରଣ ପତ୍ର ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ନେତାମାନଙ୍କ ନିକଟକୁ ପଠାଯିବ। ଏହାକୁ ଗ୍ରହଣ କରିବା ନ କରିବା, ସେମାନଙ୍କ ଉପରେ ନିର୍ଭର କରେ ବୋଲି ସିଦ୍ଧ ରମୈୟା କହିଛନ୍ତି।

ଏହାକୁ ରାଜନୈତିକ ରୂପ ଦିଆ ଯାଉଛି। ବ୍ରିଟିଶ୍‌ ବିରୋଧରେ ଚାରିଟି ଯୁଦ୍ଧ ହୋଇଥିଲା। ସେ ସମସ୍ତ ଯୁଦ୍ଧରେ ଟିପୁ ଲଢ଼ି ଥିଲେ।

ଉପନିବେଶବାଦର ଯୁଆଳିରୁ ଭାରତକୁ ମୁକ୍ତ କରିବାରେ ସହାୟତା କରିଥିବା ଅଷ୍ଟାଦଶ ଶତାବ୍ଦୀର ଶାସକ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ଅଣଆନୁଷ୍ଠାନିକ ଭାବେ ସିଦ୍ଧ ରମୈୟା କହିଛନ୍ତି।

Photo Courtesy of Youtube

ନଭେମ୍ବର ୧୦ ତାରିଖକୁ ପାଳନ କରିବା ନିମନ୍ତେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ଅକ୍ଷମଣୀୟ ବୋଲି ବହୁ ଅନୁଷ୍ଠାନ ଅଭିହିତ କରିଛନ୍ତି। ବିଜେପି ଏବଂ ଆର୍‌ଏସ୍‌ଏସ୍‌ ଏହି ନିଷ୍ପତ୍ତିକୁ ‘ସଂଖ୍ୟାଲଘୁ ତୁଷ୍ଟିକରଣ’ ବୋଲି କହି ସମାଲୋଚନା କରିଛନ୍ତି। କେତେକ ମଧ୍ୟ ଦର୍ଶାଇଛନ୍ତି, ଟିପୁ ଜନ୍ମବାର୍ଷିକୀ ନଭେମ୍ବର ୨୦ ତାରିଖରେ ପଡ଼େ। ନଭେମ୍ବର ୧୦ ତାରିଖ ଦିନ ସେ ୭୦୦ ମେଲ୍‌କୋଟ୍‌ ଆୟେଙ୍ଗର୍‌ଙ୍କୁ ଫାଶୀ ଦେଇଥିଲେ।
ବ୍ୟାପକ ପ୍ରତିବାଦ ଏବଂ ହିଂସା ଯୋଗୁଁ ଗତ ଦୁଇ ବର୍ଷ ହେବ ପାଳିତ ହୋଇ ଆସୁଥିବା ଏହି ଉତ୍ସବ ବ୍ୟାହତ ହେଉଛି। କିନ୍ତୁ, ରାଜ୍ୟ ସରକାର ଲଗାତାର ତୃତୀୟ ବର୍ଷ ପାଇଁ ଏହି ଅନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି।

Photo Courtesy of DNA

କଂଗ୍ରେସ ସରକାର କହେ, ‘ମହୀଶୂରର ବ୍ୟାଘ୍ର’ ଭାବେ ବିଦିତ ଟିପୁ ସୁଲ୍‌ତାନ୍‌ ପ୍ରଗତିଶାଳୀ ମହୀଶୂର ରାଜ୍ୟ ଗଠନରେ ସହାୟତା କରି ଏହାକୁ ବୈଷୟିକ ନିପୁଣତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର