ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି ଯଦି ଆପ ବ୍ୟବହାର କରନ୍ତୁ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ। ଆଜି ଦାୟର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି  ଆସିବା ପରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ତେବେ ଏ ନେଇ ଅନେକ ବିବାଦ ଦେଖାଦେବା ସହ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାୟର କରାଯାଇଥିଲା। ଆଇନଜୀବୀ ଚୈତନ୍ୟ ରୋହିଲା ଏହି ପିଆଇଏଲ ଦାୟର କରିଥିବା ବେଳେ ଆଜି ଏହାର ଶୁଣାଣି କରାଯାଇଛି।

ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ସଞ୍ଜିବ ସଚଦେବା କହିଛନ୍ତି ଯେ,ଏହା ଏକ ବ୍ୟକ୍ତିଗତ ଆପ୍। ଏଥିରେ ଯୋଗ ଦିଅନ୍ତୁ ନାହିଁ । ଏହା ଏକ ସ୍ୱେଚ୍ଛାକୃତ ଜିନିଷ, ଏହାକୁ ଗ୍ରହଣ କରନ୍ତୁ ନାହିଁ। ଯଦି ଏହାର ନୂଆ ପ୍ରାଇଭେସି ପଲିସିକୁ ଆପଣ ସମର୍ଥନ କରୁନାହାନ୍ତି, ତେବେ ଅନ୍ୟ କିଛି ଆପ୍ ବ୍ୟବହାର କରନ୍ତୁ। ଯଦି ଆପଣ ଅଧିକାଂଶ ମୋବାଇଲ୍ ଆପ୍ସର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ପଢ଼ିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ଗୁଗୁଲ୍ ମ୍ୟାପ୍ ମଧ୍ୟ ଆପଣଙ୍କର ସମସ୍ତ ତଥ୍ୟ ଷ୍ଟୋର୍ କରି ରଖେ। ଏଭଳି ଅନେକ ଆପ ରହିଛି, ଯାହାର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ନପଢ଼ି ଆପଣ ଏହାକୁ ଗ୍ରହଣ କରନ୍ତି।

Twitter Reactions on WhatsApp sues Israeli firm over WhatsApp Spyware:  'Beginning of Something Big': Netizens on NSO Snooping on Journos
The Quint
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆବେଦନକାରୀଙ୍କ ଅନୁଯାୟୀ କେଉଁ ତଥ୍ୟ ଲିକ୍ ହେବା ନେଇ ସେ ପିଆଇଏଲ ଦାଖଲ କରିଛନ୍ତି, ତାହା ବୁଝାପଡ଼ୁ ନାହିଁ ଏବଂ ଏହି ପ୍ରସଙ୍ଗ ଉପରେ ବିଶ୍ଳେଷଣ ଆବଶ୍ୟକ ଥିବାରୁ ଏହାର ଶୁଣାଣିକୁ ଜାନୁଆରି ୨୫କୁ ଘୁଞ୍ଚାଯାଉଛି। ଏହି ପ୍ରସଙ୍ଗର ବିଶ୍ଳେଷଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ମଧ୍ୟ କୋର୍ଟଙ୍କ ସହ ସହମତ ହୋଇଛନ୍ତି।
ସମ୍ବନ୍ଧିତ ଖବର