ଆର୍ଥିକ କାରଣରୁ ସ୍ବାଧୀନତା ହରାନ୍ତୁ ନାହିଁ: ନୂପରୁ ଶର୍ମାଙ୍କୁ ସମର୍ଥନ କରିଥିବା ଡଚ୍‌ ସାଂସଦ

ନୂଆଦିଲ୍ଲୀ: ଅର୍ଥନୈତିକ କାରଣରୁ ଗ‌ୋଟାଏ ଦେଶ ତା’ର ସ୍ବାଧୀନତା ହରାଇବା ଅନୁଚିତ ବୋଲି ନିଲମ୍ବିତା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିଥିବା ଡଚ୍ ସାଂସଦ ଗିୟର୍ତ ୱାଇଲ୍‌ଡର୍ସ କହିଛନ୍ତି।

ସେ କହିଛନ୍ତି, ‘ସତ୍ୟ’ କେହି ଦଣ୍ଡିତ ହେବା କି, କ୍ଷମାଭିକ୍ଷା କରିବା କରିବା ଅନୁଚିତ। ଆର୍ଥିକ କାରଣରୁ ଗୋଟାଏ ଦେଶ ତା’ର ସ୍ବାଧୀନତା ହରାଇବା ଅନୁଚିତ। ସ୍ବାଧୀନତା ବିପନ୍ନ ହୋଇପଡ଼ିଛି। ଭାରତ ଓ ନେଦର୍‌ଲାଣ୍ଡ୍‌ସ୍‌ ଭଳି ଗଣତନ୍ତ୍ରରେ ଆଇନ ଅନୁସାରେ ଶାସନ ଚାଲେ। ଜଣେ ସୀମା ଲଙ୍ଘନ କରୁଛି କି, ନାହିଁ ଅଦାଲତ ସ୍ଥିର କରନ୍ତି, କାହାକୁ ହତ୍ୟା କରିବା ପାଇଁ ଧମକ ଦେଉଥିବା ଉତ୍ତ୍ୟକ୍ତ ଜନତା ନୁହନ୍ତି।

Image Courtesy of Deccan Herald

ସେ ଆହୁରି କହିଛନ୍ତି, ନୂପୁର ଶର୍ମା କ’ଣ କହିଲେ, ତାହା ଆପଣ ପସନ୍ଦ କରି ପାରନ୍ତି, ଅପସନ୍ଦ କରିପାରନ୍ତି। କିନ୍ତୁ, କହିବା ପାଇଁ ତାଙ୍କର ଅଧିକାର ଅଛି। ଗଣତନ୍ତ୍ରରେ ବାକ୍‌ ସ୍ବାଧୀନତା ହେଉଛି ଗୁରୁତ୍ବପୂର୍ଣ୍ଣ ମୂଲ୍ୟବୋଧରୁ ଗୋଟିଏ।

ଯେହେତୁ ମୁଁ ନୂପୁର ଶର୍ମାଙ୍କୁ ସମର୍ଥନ କରିଛି, ମୁଁ ମଧ୍ୟ ଅନେକ ମୃତ୍ୟୁ ଧମକ ପାଇଛି। କୋରାନ୍‌ ସଂକ୍ରାନ୍ତରେ ଚଳଚ୍ଚିତ୍ରଟିଏ କରିବାରୁ ମୁଁ ଫତ୍‌ୱା ପାଇଛି। ମୁଁ ମୋ ଘର ଛାଡ଼ି ଚାଲି ଆସିଲି ଯେ, ଆଉ ଫେରିଲି ନାହିଁ। ଶର୍ମାଙ୍କୁ କ’ଣ ସମ୍ମୁଖୀନ ହେବାକୁ ପଡ଼ିବ ମୁଁ ଜାଣେ। ସେ କିଛି ଭୁଲ୍‌ କରି ନ ଥିବାରୁ ମୁଁ ତାଙ୍କୁ ସମର୍ଥନ କରିବାକୁ ବାହାରି ଆସିଲି।

ସୂଚନାଯୋଗ୍ୟ, ନୂପୁର ଶର୍ମାଙ୍କ ମନ୍ତବ୍ୟ ହେତୁ ସାଉଦୀ ଆରବ, କୁଏତ, କତାର୍‌, ଓମାନ୍, ୟୁଏଇ, ଜୋର୍ଡାନ୍‌, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍‌, ତୁର୍କୀ ଆଦି ଦେଶ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର