ବରେଲି: ତାଙ୍କୁ କେହି ଭେଟ ନାହିଁ, ତାଙ୍କ ସହିତ ବସ ନାହିଁ, ଖାଅ ନାହିଁ। ଏପରିକି ସେ ଯଦି ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପାଇଁ ଶେଷ ପ୍ରାର୍ଥନା କରିବାକୁ ଯାଅ ନାହଁ। ତାଙ୍କୁ ସେହିପରି ଭାବେ ଶ୍ମଶାନରେ କବର ଦିଆଯାଉ। ଏପରି ଫତଓ୍ଵା ଜାରି ହୋଇଛି ତିନି ତଲାକ ଓ ନିକାହ ହଲାଲା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଓ ଏକ ସ୍ୱେଛାସେବୀ ଅନୁଷ୍ଠାନ ଚଳାଉଥିବ ନିଦା ଖାନଙ୍କ ବିରୋଧରେ। ଯଦିଓ ଫତଓ୍ଵାରେ ନିଦା ବଦଳରେ ହିନ୍ଦା ଲେଖାଯାଇଛି, ତଥାପି ଏହା ନିଦାଙ୍କ ପାଇଁ ଅଭିପ୍ରେତ ବୋଲି ଜଣେ ମୁସଲମାନ ଧର୍ମଗୁରୁ କହିଛନ୍ତି।
ଉତ୍ତରପ୍ରଦେଶାର ବରେଲିସ୍ଥିତ ପ୍ରଭାବଶାଳୀ ଦରଘା ଆଲା ହଜରତ ସେମିନାରୀର ମୌଲବୀ ମୁଫ୍ତି ଅଫଜଲ ରାଜ୍ଭି ବରେଲୀର ଜାମା ମସ୍ଜିଦ୍ର ଇମାମ ମୁଫ୍ତି ମହମ୍ମଦ ଖୁରସିଦ୍ ଆଲମ ରାଜ୍ଭିଙ୍କ ପ୍ରଶ୍ନର ଉତ୍ତର ଦେଇ ଲେଖିଛନ୍ତି ଯେ କୋରାନ୍ରେ ହଲାଲ ସମ୍ପର୍କରେ ଉଲ୍ଳେଖ ରହିଛି। ଯଦି କୋରାନ ବିରୋଧରେ ଯାଇଥିବା ନିଦା କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ତାଙ୍କୁ ସମସ୍ତ କ୍ଷେତ୍ରରେ ବାସନ୍ଦ କରାଯିବ। କେହି ତାଙ୍କ ସହିତ କଥା ହେବେ ନାହିଁ। କେହି ତାଙ୍କ ସହିତ ମିଶି ଖାଦ୍ୟ ଗ୍ରହଣ କରିବେ ନାହିଁ। ଏପରିକି ସେ ରୋଗରେ ପଡ଼ିିଲେ ମଧ୍ୟ କେହି ତାଙ୍କୁ ଦେଖିଯିବେ ନାହିଁ ବୋଲି ଫତଓ୍ଵାରେ କୁହାଯାଇଛି।ଏପରିକି ତାଙ୍କ ମୃତ୍ୟୁହେଲେ କେହି ତାଙ୍କ ପାଇଁ ଶେଷ ପ୍ରାର୍ଥନା କରିବେ ନାହିଁ ବୋଲି ବରେଲି ସିଟି କାଜି ମୌଲାନା ଆସଜାଦ ରାଜା ଖାନଙ୍କ ଉପସ୍ଥିତିରେ ଲେଖାଯାଇଥିବା ଏହି ଫତଓ୍ଵାରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଯେ ନିଦା ଖାଁ ଙ୍କୁ ୨୦୧୬ ମସିହାରେ ତାଙ୍କ ସ୍ୱାମୀ ସିରନ ରାଜା ତିନି ତଲାକ ଦେଇଥିଲେ। ଏହା ବିରୋଧରେ ନିଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ କୋର୍ଟ ଏହି ତିନି ତଲାକ୍ ବେଆଇନ ବୋଲି ଘୋଷଣା କରିଥିଲେ।
‘ଭେଟ ନାହିଁ, ବସ ନାହିଁ, ଖାଅ ନାହିଁ ’ ତିନି ତଲାକ ଓ ନିକାହା ହଲାଲ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ମହିଳାଙ୍କ ବିରୋଧରେ ଫତଓ୍ଵା ଜାରି
/sambad/media/post_attachments/wp-content/uploads/2018/07/sss-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)