ମୋତେ ଦିଲ୍ଲୀର ଟଙ୍କା ଦରକାର ନାହିଁ : ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାରଦିନ କହିଛନ୍ତି ଯେ ତାଙ୍କୁ ଦିଲ୍ଲୀର ଟଙ୍କା ଦରକାର ନାହିଁ ଓ ତାଙ୍କ ରାଜ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସକ୍ଷମ । କେତେକ ବ୍ୟକ୍ତି ପଶ୍ଚିମବଙ୍ଗରେ ରହି କେନ୍ଦ୍ର ସରକାରଙ୍କୁ କହୁଛନ୍ତି ଯେ ରାଜ୍ୟକୁ ପାଣ୍ଠି ଦିଅ ନାହିଁ, ଆମର ବି ତାହା ଦରକାର ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । କିନ୍ତୁ ତାଙ୍କ ପାଇଁ ରାଜ୍ୟର ଆତ୍ମସମ୍ମାନ ବଡ଼ ଓ ତାହାକୁ ଅପହରଣ କରିବାକୁ କେନ୍ଦ୍ରକୁ ଦିଆଯିବ ନାହିଁ ।

ମମତା କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବ ନାହିଁ । କାରଣ ୨୦୧୯ ପରଠାରୁ ଦେଶର ରାଜନୈତିକ ପ୍ରେକ୍ଷାପଟ୍ଟରେ ପରିବର୍ତ୍ତନ ଆସିଯାଇଛି ।

ଏହା ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ତାଙ୍କ ଦ​ଳର ମନ୍ତ୍ରୀ ଅଖିଳ ଗିରି ଦେଇଥିବା ବୟାନ ପାଇଁ ସେ କ୍ଷମା ମାଗିଥିଲେ । ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରି ମମତା  କହିଥିଲେ ଯେ,  ଆମ ରାଷ୍ଟ୍ରପତିଙ୍କ ବିଷୟରେ ଏପରି ମନ୍ତବ୍ୟ ସମ୍ପୂର୍ଣ୍ଣ ଅବାଞ୍ଛିତ । ସେ ଏହାକୁ ନିନ୍ଦା କରୁଛନ୍ତି । ଅଖିଳ ଯାହା କହିଛନ୍ତି ତାହାକୁ ଆମେ ସମର୍ଥନ କରୁନାହୁଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶରରୀର ରଂଗ ସହିତ ସୌନ୍ଦର୍ଯ୍ୟର କୌଣସି ସଂପର୍କ ନଥାଏ । ମୁଁ ରାଷ୍ଟ୍ରପତି ମୁର୍ମୁଙ୍କୁ ବହୁତ ସମ୍ମାନ କର । ଅଖିଳ ଏକ ଭୁଲ କାମ କରିଦେଇଛନ୍ତି । ଆମ ଦଳ ତାଙ୍କୁ ଚେତାବନୀ ଶୁଣାଇଛି ଓ ଭବିଷ୍ୟତରେ ଯଦି ସେ ଏପରି କାମ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 

ସମ୍ବନ୍ଧିତ ଖବର