ନୂଆଦିଲ୍ଲୀ : ହିଜାବର ସମର୍ଥକମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଜମ୍ମୁ ଓ କଶ୍ମୀରର ଜଣେ ୧୨ଶ ଶ୍ରେଣୀ ଛାତ୍ରୀ । ନିଜକୁ ମୁସଲମାନ ପ୍ରମାଣିତ କରିବାକୁ ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି ।

Advertisment

୧୨ଶ ବିଜ୍ଞାନ ପରୀକ୍ଷାରେ ଟପ୍ପର ହୋଇଥିବା ଶ୍ରୀନଗରର ଆରୁସା ପରଭେଜ ହିଜାବ ପିନ୍ଧୁନଥିବାରୁ ତାଙ୍କୁ କେତେକ ଗୋଷ୍ଠୀ ଅନଲାଇନରେ ଟ୍ରୋଲ କରୁଛନ୍ତି । ଏହାର କଡା ଜବାବ ଦେଇ ସେ କହିଛନ୍ତି ଯେ, ସେ ଇସଲାମୀୟ ନୀତିକୁ ପାଳନ କରନ୍ତି, କିନ୍ତୁ ନିଜକୁ ମୁସଲମାନ ପ୍ରମାଣିତ କରିବାକୁ ହିଜାବ ପିନ୍ଧିବା ଜରୁରୀ ନୁହେଁ ।

୫୦୦ରୁ ୪୯୯ ନମ୍ବର ରଖି ସେ ରାଜ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶ୍ରୀନଗରର ଡେପୁଟୀ କମିଶନର ମହମ୍ମଜ ଐଜାଜ ଅସଦ ସମ୍ବର୍ଦ୍ଧନା ଦେଇଥିଲେ । ତେବେ ଏହି ସମୟରେ ସେ ହିଜାବ ପିନ୍ଧିନଥିବାରୁ ସୋସିଆଲ ମିଡିଆରେ କେତେକ ଗୋଷ୍ଠୀ ତାଙ୍କୁ ଟ୍ରୋଲ କରିଥିଲେ । ଏପରିକି କେତେକ ଲୋକ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ତାଙ୍କ ପିତାମାତା ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ଆରୁସା କହିଛନ୍ତି । ଅବଶ୍ୟ ତାଙ୍କର ଏହି ସାହସ ପାଇଁ ଅନେକ ଲୋକ ତାଙ୍କୁ ପ୍ରସଂଶା ବି କରିଛନ୍ତି ।