‘ସମ୍ବେଦନଶୀଳ କରାନ୍ତୁ ନାହିଁ’: ହିଜାବ ବିବାଦ ଉପରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ସରକାରଙ୍କ ନିଷେଧାଦେଶ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଗୁରୁବାର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏଥିସହ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ ନକରିବାକୁ କହଛନ୍ତି।

ପରୀକ୍ଷା ଦେବା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାର ବିକଳ୍ପରୁ ବଞ୍ଚିତ କରାଯାଉଛି ବୋଲି ଦାବି କରି ଏହି ଆବେଦନରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଆବେଦନକାରୀଙ୍କ ଓକିଲ କହିଥିଲେ।
ତେବେ, କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଏହି ଆବେଦନର ଶୁଣାଣି ପାଇଁ ଗୁରୁବାର ଦିନ ସୁପ୍ରିମ କୋର୍ଟ କୌଣସି ନିର୍ଦ୍ଦିିଷ୍ଟ ତାରିଖ ଦେବାକୁ ମନା କରିଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦେବଦତ୍ତ କାମତ ଉଲ୍ଲେଖ କରିଥିଲେ ଆବେଦନକାରୀ, ଜଣେ ମୁସଲମାନ ଝିଅ ଛାତ୍ର। ଏବେ ପରୀକ୍ଷା ପାଖେଇ ଆସୁଛି ଏବଂ ଏହି ପ୍ରସଙ୍ଗରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରଥିଲେ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପରୀକ୍ଷା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏଥିସହ ମୁଖ୍ୟ ବିଚାରପତି କାମତଙ୍କୁ ଏହି ମାମଲାକୁ ସମ୍ବେଦନଶୀଳ ନକରିବାକୁ କହି ଶୁଣାଣି ପାଇଁ ଅଦାଲତଙ୍କୁ ସମୟ ଦେବାକୁ କହିଥିଲେ।

ସମ୍ବନ୍ଧିତ ଖବର