ଗୁଳି ଚଳାଅ ନାହିଁ: ରୁଷ୍‌ ସେନାକୁ ପ୍ରବାସୀ କାଜାଖ୍‌ ନାଗରିକଙ୍କ ନିବେଦନ

ଲଣ୍ଡନ୍‌: ପୁରୁଣା ସୋଭିଏତ୍‌ ସାଧାରଣତନ୍ତ୍ର କାଜାଖ୍‌ସ୍ତାନରେ ଭୟାବହ ହିଂସା ପାଲଟିଥିବା ବିଦ୍ରୋହର ଅବସାନ ନିମନ୍ତେ ରୁଷ୍‌ ପାରା ମିଲିଟାରି ସୈନ୍ୟ ପଠାଇବାରୁ ଲଣ୍ଡନ୍‌ରେ ପ୍ରତିବାଦରତ କାଜାଖବାସୀମାନେ ସରଳ ବାର୍ତ୍ତାଟିଏ ଦେଇଛନ୍ତି। ତାହା ହେଉଛି: ଗୁଳି ଚଳାଅ ନାହିଁ।

ବିଦ୍ରୋହ ସମୟରେ କାଜାଖ୍‌ସ୍ତାନର ବୃହତ୍ତମ ନଗର ଆଲ୍‌ମାଟିରେ ବହୁ ଲୋକ ନିହତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନ ଏବଂ ମେୟର୍‌ଙ୍କ କାର୍ଯ୍ୟାଳୟକୁ ମଧ୍ୟ ପୋଡ଼ି ଦିଆଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଲଣ୍ଡନ୍‌ରେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ୩୩ ବର୍ଷିୟ କାଜାଖ୍‌ବାସୀ ସବିର୍‌ କହିଛନ୍ତି, ଆମ ଦେଶରେ ବିଦେଶୀ ସାମରିକ ବାହିନୀକୁ ଆମେ ସମର୍ଥନ କରୁନା। କାଜାଖ୍‌ସ୍ତାନରେ ପ୍ରତିବାଦକାରୀଙ୍କ ଉପ‌ରକୁ ଗୁଳି ନ ଚଳାଇବାକୁ ସେ ନିବେଦନ କରିଛନ୍ତି।

ଲଣ୍ଡନ୍‌ସ୍ଥିତ କାଜାଖ୍‌ ଦୂତାବାସ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସବିର ଧରିଥିବା ‘ପ୍ଲାକାର୍ଡ’ରେ ଉଲ୍ଲେଖ ଥିଲା ‘ଶାଲ୍‌ କେଟ୍‌’ ଅର୍ଥାତ୍ ‘ବୁଢ଼ାଲୋକ କ୍ଷମତା’ ଛାଡ଼। ତାଙ୍କର ଏହି ସ୍ଲୋଗାନ୍‌ ସୋଭିଏତ୍‌ ଅମଳରୁ କାଜାଖ୍‌ସ୍ତାନର ସର୍ବୋଚ୍ଚ ନେତା ‌ହୋଇ ରହିଥିବା ୮୧ ବର୍ଷିୟ ନୁରସୁଲ୍‌ତାନ ନାଜରବାୟେଭ୍‌ଙ୍କ ଉଦ୍ଦେଶ୍ୟ କରି ଲେଖାଯାଇଛି। ଅନ୍ୟମାନେ ଧରି ଥିବା ‘ପ୍ଲାକାର୍ଡ’ରେ ଉଲ୍ଲେଖ ଥିଲା ‘ଗୁଳି ଚଳାଅ ନାହିଁ’ ଏବଂ ‘ଆମେ ଆପଣମାନଙ୍କ ସାଙ୍ଗରେ ରହିଛୁ’।

Chanakya Forum

ସବିର ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରତିବାଦ ସ୍ବେଚ୍ଛାଚାର ବିରୋଧରେ, ୩୦ ବର୍ଷରୁ ଅଧିକକାଳ ହେବ ଏକଚ୍ଛତ୍ରବାଦର ସ୍ବେଚ୍ଛାଚାର ଅପରିବର୍ତ୍ତିତ ରହିଛି। ସ୍ବାଧୀନତା ପାଇଁ କାଜାଖବାସୀ ସଂଗ୍ରାମ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ସୋଭିଏତ୍‌ ସଂଘର ପତନ ପରେ ୧୯୯୦ରେ ନାଜରବାୟେଭ୍‌ ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ କାଜାଖ୍‌ସ୍ତାନକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ। କ୍ଷମତାଶାଳୀ ପଡ଼ୋଶୀ ରୁଷ୍‌ ଏବଂ ଚୀନ୍‌ ସହ ସନ୍ତୁଳନ ରକ୍ଷା କରିବା ସହ ଶକ୍ତି ଓ ଧାତବ କ୍ଷେତ୍ରରେ ବୈଦେଶିକ ବିନିଯୋଗ ବୃଦ୍ଧି କରିଥିଲେ। ୨୦୧୯ରେ ସେ ରାଷ୍ଟ୍ରପତି ପଦରୁ ଓହରି ଯାଇଥିଲେ।

ଏହାପରେ ସେ ଚୟନ କରିଥିବା ଉତ୍ତରାଧିକାରୀ ରାଷ୍ଟ୍ରପତି କାସିମ୍‌-ଜୋର୍ମାତ୍‌ ତୋକାୟେଭ୍‌ ମସ୍କୋ ନେତୃତ୍ବାଧୀନ ପୂର୍ବତନ ସୋଭିଏତ୍‌ ପ୍ରଦେଶର ସାମରିକ ମିତ୍ର ଭାବେ ରାତାରାତି ମିତ୍ର ରାଷ୍ଟ୍ର ରୁଷ୍‌ରୁ ସେନା ମଗାଇଥିଲେ। ବିଦେଶରୁ ତାଲିମପ୍ରାପ୍ତ ଆତଙ୍କବାଦୀମାନେ କୋଠାବାଡ଼ି ଏବଂ ଅସ୍ତ୍ରଶସ୍ତ୍ର ଅଧିକାର କରିନେଇଥିବା କହି ତୋକାୟେଭ୍‌ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର