ଥମୁନି ସାମ୍ପ୍ରଦାୟିକ ହିଂସା

ଆସାନସୋଲ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବ୍ୟାପୁଥିବା ବେଳେ ଆଜି ରାଜ୍ୟପାଳ କେ.ଏନ୍‌.ତ୍ରିପାଠୀ ହିଂସା ପ୍ରଭାବିତ ଆସାନସୋଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ରାଣୀଗଞ୍ଜ ଓ ଆସାନସୋଲରେ  ପରିସ୍ଥିତି ତୁରନ୍ତ ନିୟନ୍ତ୍ରଣକୁ ଆଣିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ରାଜ୍ୟପାଳ ତ୍ରିପାଠୀ ପୁଲିସ୍‌  ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସାନସୋଲର ରେଳ ଧାରଣା ନିକଟରୁ ଆଉ ଏକ ମୃତଦେହ ଠାବ ହେବା ପରେ ରାଜ୍ୟରେ ଦଙ୍ଗା  ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ଏହି ମୃତଦେହ ଜବତ ପରେ ପୁନର୍ବାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ରାମନବମୀ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାରେ ଜଣେ ଡିଏସ୍‌ପିଙ୍କ ସମେତ ୪ଜଣ ପୁଲିସ୍‌ କର୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୋଟ ୧୬ ଜଣ ପୁଲିସ୍‌ କର୍ମୀ ଏବେ  ଚିକିତ୍ସାଧୀନ ଅଛନ୍ତି।  ଅନ୍ୟ ଆହତଙ୍କ ସଂଖ୍ୟା ଶହେ ଟପି ଯାଇଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଧାରା ୧୪୪ ବଳବତ୍ତର ରହିଛି।

ସମ୍ବନ୍ଧିତ ଖବର