ବିନା ଟିକଟ ଯାତ୍ରୀ ସାବଧାନ୍ ! ଧରାପଡ଼ିଲେ ୪ ଗୁଣ ଅଧିକ ଜରିମାନା ଦେବାକୁ ପଡ଼ିପାରେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀଙ୍କ ଲାଗି ବିଭିନ୍ନ ପ୍ରକାରର ସୁବିଧାରେ ଉନ୍ନତି ଆଣିବା ସହିତ ଏବେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ବିରୋଧରେ କଡା ନିୟମ ଆଣିବାକୁ ଯାଉଛି । ଏହି ନିୟମ ଲାଗୁ ହେବା ପରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁପଡ଼ିବ। ଏ ନେଇ ପଶ୍ଚିମ ରେଳବାଇ ପକ୍ଷରୁ ଏକ ପ୍ରସ୍ତାବ ରେଲୱେ ବୋର୍ଡକୁ ଦିଆଯାଇଛି। ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ଜରିମାନା ୪ ଗୁଣା କରିବାକୁ ପ୍ରସ୍ତାବ ଦିଆଯାଇଛି । ପଶ୍ଚିମ ରେଳବାଇର ପ୍ରସ୍ତାବ ଯଦି ରେଳବାଇ ବୋର୍ଡ ମାନି ନିଏ, ତେବେ ଟ୍ରେନରେ ଟିକେଟ ନ କରି ଯାତ୍ରା କଲେ ଏବେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏବେ ଜରିମାନା ରାଶି କେବଳ ୨୫୦ ଟଙ୍କା ଅଛି ।

ଏହି ପ୍ରସ୍ତାବ ଉପରେ ରେଳବାଇ ବୋର୍ଡ ଏଯାବତ୍ କୈାଣସି ନିର୍ଣ୍ଣୟ ନେଇନାହିଁ । ଏହା ଉପରେ ବିଚାର କରିବାକୁ ଆଶ୍ୱାସନା ଦେଇଛି । ଏବେ ବିନା ଟିକେଟରେ ଯାତ୍ରା କଲେ ରେଲୱେ ତରଫରୁ ୨୫୦ ଟଙ୍କା ଜରିମାନା ଲଗାଯାଇଥାଏ । ପଶ୍ଚିମ ରେଳବାଇ ଏହି ଜରିମାନା ରାଶିକୁ ବଢ଼ାଇ ସିଧା ୧୦୦୦ ଟଙ୍କା କରିବାର ପ୍ରସ୍ତାବ ଦେଇଛନ୍ତି । ଏହା କରିବା ଦ୍ୱାରା ବିନାଟିକଟରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା କମିବାକୁ ନେଇ ରେଳବାଇର ଆଶା ରଖଛି।

NDTV.com

୨୦୦୨ ମସିହା ପର୍ଯ୍ୟନ୍ତ ରେଲୱେ ବିନା ଟିକେଟ ଯାତ୍ରୀଙ୍କୁ ଜରିମାନା ଭାବେ କେବଳ ୫୦ ଟଙ୍କା ହିଁ ନେଉଥିଲା । କିନ୍ତୁ ୨୦୦୨ରେ ଏହି ରାଶିକୁ ବଢ଼ାଇ ୨୫୦ ଟଙ୍କା କରିଦିଆଯାଇଛି । ସୂଚନା ମୁତାବକ, ମଧ୍ୟ ରେଳବାଇରେ ପ୍ରତିଦିନ ପାଖାପାଖି ୩ ହଜାର, ଯେବେକି ପଶ୍ଚିମ ରେଳବାଇରେ ପାଖାପାଖି ୧୩୦୦ ଯାତ୍ରୀ ବିନା ଟିକେଟ୍ ରେ ଯାତ୍ରା କରୁଥିବା ସମୟରେ ଧରାପଡିଛନ୍ତି ।

ସମ୍ବନ୍ଧିତ ଖବର