ଟ୍ରମ୍ପ୍‌ଙ୍କୁ ଭରସା କର ନାହିଁ: କମଳା

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ କମଳା ହ୍ୟାରିସ୍‌ ଏବେ ପୂରା ଦମ୍‌ରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସମ୍ପ୍ରତି କୋଭିଡ୍‌-୧୯ ଟିକାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପ‌ରେ ଜବରଦସ୍ତ ପ୍ରହାର କରିଛନ୍ତି। ହ୍ୟାରିସ୍‌ କହିଛନ୍ତି, କରୋନା ପାଇଁ ଟ୍ରମ୍ପଙ୍କୁ କୌଣସିମତେ ବିଶ୍ବାସକୁ ନିଆଯିବା ଉଚିତ ନୁହେଁ। କରୋନା ଟିକାକୁ ନେଇ ଟ୍ରମ୍ପ ଯେଉଁ ବୟାନ ଦେଉଛନ୍ତି ସେଥିରେ ତାଙ୍କ ନିଜର ବି ଭରସା ନାହିଁ। ତେଣୁ ଜନସାଧାରଣ ଭରସା କରିବା ଅନୁଚିତ।

ସମ୍ବନ୍ଧିତ ଖବର

Comments are closed.