ମୋ ନାଅାଁ କୁହ ନାହିଁ, ମୁଁ କାହା ଟଙ୍କା ନେଇ ପଳାଇ ଯାଇନି: ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରା ଏବଂ ନିଜ ମଧ୍ୟରେ ସମାନ୍ତରଳତା ଦର୍ଶାଇ ମଦ ସମ୍ରାଟ ବିଜୟ ମାଲ୍ୟା ନିଜକୁ ଜଣେ ‘ରାଜନୈତିକ ଶିକାର’ କହିବାର ଦିନକ ପରେ ଆଜି ଟୁଇଟର୍‌ରେ ରବର୍ଟ ଭଦ୍ରା ଏହାକୁ ତିକ୍ତତାର ସହ ଅସ୍ୱୀକାର କରିଛନ୍ତି।

ତାଙ୍କୁ ମୋର ଉପଦେଶ: ସେ ଭାରତ ଫେରି ଆସି ପଡ଼ି ରହିଥିବା ଆଇନ୍‌ଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ ଏବଂ ଲୋକମାନଙ୍କ ବେକେୟା ପରିଶୋଧ କରନ୍ତୁ। କିନ୍ତୁ, ମୋ ନାଁ ଆଉ କୁହନ୍ତୁ ନାହିଁ। ମୁଁ କୌଣସି ମାମଲାରେ ସମ୍ପୃକ୍ତ ହେବାକୁ ଚାହୁଁ ନାହିଁ ବୋଲି ଭଦ୍ରା କହିଛନ୍ତି।

ଭଦ୍ରା ଆହୁରି କହିଛନ୍ତି ଯେ ବାସ୍ତବିକ ସେ ଜଣେ ରାଜନୈତିକ ଶିକାର ବ୍ୟକ୍ତି, କିନ୍ତୁ ସେ ନିଜର ପଦବୀର ଅସଦ୍‌ଉପଯୋଗ କରି ନାହାନ୍ତି। ଅଧିକନ୍ତୁ, ସେ ଭାରତରୁ କାହାରି ଅର୍ଥ ନେଇ ପଳାଇ ଯାଇ ନାହାନ୍ତି।

ଲଣ୍ଡନରେ େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ କୋର୍ଟରେ ହାଜର ହୋଇ ୬୧ ବର୍ଷିୟ ମାଲ୍ୟା ନିଜର ସୁରକ୍ଷା ପାଇଁ ପ୍ରାକ୍‌-ପ୍ରତ୍ୟାର୍ପଣ ବିଚାରର ଶୁଣାଣି ବେଳେ ଭଦ୍ରା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ଆଲୋଚନା ପରିସରକୁ ଟାଣି ଆଣିଥିଲେ।

ସମ୍ବନ୍ଧିତ ଖବର