ରାଜନୈତିକ ଦଳଙ୍କୁ ନିର୍ବାଚନ କମିସନ୍‌ଙ୍କ ଚେତାବନୀ: ନିର୍ବାଚନ ପ୍ରଚାରରେ ଯବାନମାନଙ୍କ ଫଟୋ ବ୍ୟବହାର କରନାହିଁ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଅଭିଯାନ ବା ସେ ସଙ୍କ୍ରାନ୍ତ ବିଜ୍ଞାପନ ଆଦିରେ ସେନା କର୍ମଚାରୀମାନଙ୍କର ଫଟୋ ପ୍ରଦର୍ଶନରୁ ବିରତ ରହିବାକୁ ଶନିବାର ଦିନ ନିର୍ବାଚନ କମିସନ୍‌ ରାଜନୈତିକ ଦଳଗୁଡ଼ିକୁ ନିର୍ଦେଶ ଦେଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଅଭିଯୋଗ କରାଯିବାରୁ ଏଭଳି ନିର୍ଦେଶ ଦିଆଯାଇଛି।

ପ୍ରେସ୍‌ ବିବୃତିରେ ନିର୍ବାଚନ କମିସନ୍‌ କହିଛି ଯେ ରାଜନୈତିକ ଦଳ, ସେମାନଙ୍କ ନେତା ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ପ୍ରତିରକ୍ଷା କର୍ମଚାରୀମାନଙ୍କର ଫଟୋ ବ୍ୟବହାର କରୁଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ କମିସନ୍‌ଙ୍କ ଦୃଷ୍ଟିକୁ ଆଣି ଏ ସଂକ୍ରାନ୍ତରେ ଉପଯୁକ୍ତ ନିର୍ଦେଶାବଳୀ ଜାରି କରିବାକୁ ଅନୁରୋଧ କରିଛି।

ଭାରତର ପୂର୍ବତନ ନୌସେନା ଆଡ୍‌ମିରାଲ୍‌ ଏଲ୍‌. ରାମଦାସ ମଧ୍ୟ ନିର୍ବାଚନ କମିସନ ମଧ୍ୟ ଏସଂକ୍ରାନ୍ତରେ ନିର୍ବାଚନ କମିସନଙ୍କୁ ଲେଖିଛନ୍ତି। ଭୋଟର୍‌ମାନଙ୍କୁ ପ୍ରଭାବିତ କରିବାକୁ ପାକିସ୍ତାନ ଉପରେ ହୋଇଥିବା ବିମାନ ଆକ୍ରମଣ ଘଟନାର ଅପବ୍ୟବହାର ଘଟଣାରେ ସେ ଚିନ୍ତା ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଶେଷକରି ଶତ୍ରୁ ଦ୍ୱାରା ବନ୍ଦି ହେବା ପରେ ବିପଦକୁ ସାମ୍ନା କରି ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ସୌର୍ଯ୍ୟ ଓ ସାହସ ଦେଶବ୍ୟାପୀ ପ୍ରଚାର ହେବା ପରେ ଏ ଭଳି ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର