ଗଙ୍ଗା କୂଳରେ ବ୍ୟବହାର ହେବନି ପ୍ଲାଷ୍ଟିକ ପଦାର୍ଥ

ନୂଆଦିଲ୍ଲୀ: ଗଙ୍ଗାନଦୀ କୂଳସ୍ଥ ସହରଗୁଡ଼ିକରେ ପ୍ଲାଷ୍ଟିକ୍‌ ନିର୍ମିତ ଜିନିଷ ଯଥା ଜରିବ୍ୟାଗ୍‌, ପ୍ଲେଟ ଓ ଅନ୍ୟ କେତେକ ପ୍ଲାଷ୍ଟିକ୍‌ ଉପକରଣ ବ୍ୟବହାର ଉପରେ ଶୁକ୍ରବାର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି ) କଟକଣା ଲଗାଇଛନ୍ତି। ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ସ୍ୱତନ୍ତର କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ହରିଦ୍ୱାର, ଋଷିକେଶଠାରୁ ଉତ୍ତରକାଶୀ ଯାଏଁ ଗଙ୍ଗାନଦୀ ତଟସ୍ଥ ସହରଗୁଡ଼ିକରେ ଏଭଳି ପ୍ଲାଷ୍ଟିକ୍‌ ପଦାର୍ଥ ତିଆରି ଓ ଗଚ୍ଛିତ ରଖିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। ଏହି ଆଇନ୍‌ର ଉଲ୍ଲଂଘନ କଲେ ୫ହଜାର ଟଙ୍କାର ଜୋରିମାନା ହେବ। ଏହା ସହିତ ଉକ୍ତ ବ୍ୟକ୍ତି ଓ ସେହି ସ୍ଥାନର ଦାୟୀତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏନ୍‌ଜିଟି ସ୍ପଷ୍ଟ କରିଛନ୍ତି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ଉକ୍ତ ସହରଗୁଡ଼ିକରେ ନିର୍ଦ୍ଦିଷ୍ଟ କିସମର ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ବନ୍ଦ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର