ରାଏବରେଲି: ଫାଇଲ୍ ଏବଂ ଅନ୍ୟାନ୍ୟ ଦଲିଲର ପୃଷ୍ଠା ଓଲଟାଇବା ପାଇଁ ଛେପ ବ୍ୟବହାର ନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଏବରେଲିର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ)।
ଏଭଳି ନିର୍ଦେଶ ଦେଇ ସିଡିଓ ଅଭିଷେକ ଗୋୟଲ କହିଛନ୍ତି ଯେ ଏହି ବଦଭ୍ୟାସ ବନ୍ଦ ହେଲେ ସଂକ୍ରାମକ ରୋଗ ବ୍ୟାପିବା ଅନେକାଂଶରେ ବନ୍ଦ ହୋଇପାରିବ।
Image Source: Hindustan Timesଜାରି କରାଯାଇଥିବା ନିର୍ଦେଶନାମାରେ ଲେଖାଅଛି ଯେ ଫାଇଲ୍ ପୃଷ୍ଠା ଓଲଟାଇବାକୁ ଅଧିକାରୀ ଏବଂ କର୍ମଚାରୀମାନେ ଛେପ ବ୍ୟବହାର କରୁଥିବା ଦେଖାଯାଉଛି। ଏଥିଯୋଗୁଁ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି।
ତେଣୁ, ଫାଇଲ୍ ପୃଷ୍ଠା ଓଲଟାଇବାକୁ ପାଣିଭିଜା ସ୍ପଞ୍ଜ ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଉଛି। ଏହାଦ୍ୱାରା ରୋଗ ସଂକ୍ରାମକ ରୋଗ ସଂକ୍ରମଣ ରୋକି ହେବ।
ସରକାରଙ୍କର ଏହି ନିର୍ଦେଶନାମା କଡ଼ାକଡ଼ି ଭାବେ ପାଳନ ହେଉଛି ବୋଲି ତିନି ଦିନ ମଧ୍ୟରେ ସିଡିଓ କାର୍ଯ୍ୟଳୟରେ ରିପୋର୍ଟ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/rb.jpg)